କେବେଠୁ ମିଳିବ ମାଗଣା ବିଜୁଳି କହିଲେ ପାଣ୍ଡିଆନ
ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲାର ସୋରକୁ ନିର୍ବାଚନୀ ପ୍ରଚାରରେ ଆସିଛନ୍ତି ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ବାହାନଗାର ଯୁବକ ଓ ସ୍ଥାନୀୟ ଲୋକମାନେ ମାନବିକତା ଓ ମଣିଷପଣିଆର ନୂଆ ପରିଚୟ ଦେଇଛନ୍ତି।

ସୋରରେ ଜଳସେଚନର ଉନ୍ନତି ପାଇଁ ଦୁଇ ଶହ କୋଟି ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ ମଧ୍ୟ ସୋରର ବିକାଶ ପାଇଁ ଯାହା ଆବଶ୍ୟକ ତାହା କରାଯିବ। ନିର୍ବାଚନ ସମୟରେ ବିରୋଧୀ ଦଳ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ୨୦୧୪ରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ଓ ଦରଦାମ କମାଇବାକୁ ଘୋଷଣା କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ଦର୍ଦାମ ନିୟନ୍ତ୍ରଣ ହୋଇପାରିନାହିଁ। ନବୀନ ପଟ୍ଟନାୟକ ସାରା ରାଜ୍ୟର ବିକାଶ ପାଇଁ ଦିନରାତି କାମ କରୁଛନ୍ତି।
ଜୁନ୍ ୯ରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି। ଶପଥ ନେବା ଦିନ ହିଁ ବିଦ୍ୟୁତ୍ ବିଲ୍ ଛାଡ଼ ହେବା ସହ ରାଜ୍ୟର ୯୫ ପ୍ରତିଶତ ଲୋକଙ୍କୁ ମିଳିବ ବିଏସ୍କେଓ୍ବାଇ କାର୍ଡ ଏବଂ ମିଶନ ଶକ୍ତି ମହିଳାଙ୍କୁ ପେନ୍ସନ୍ ମିଳିବ ବୋଲି ପାଣ୍ଡିଆନ ଘୋଷଣା କରିଛନ୍ତି।












Click it and Unblock the Notifications