ମଠ ମନ୍ଦିରକୁ ଟଙ୍କା ବାଣ୍ଟିଥିଲେ ପାଣ୍ଡିଆନ ! ତଦନ୍ତ କରିବେ ମୋହନ ସରକାର

ବଡ ପ୍ରତିକ୍ରିୟା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଜେଡି ସରକାର ସମୟରେ ଭିକେ ପାଣ୍ଡିଆନଙ୍କ ଦ୍ୱାରା ବିଭିନ୍ନ ମଠ ମନ୍ଦିରକୁ ଟଙ୍କା ବଂଟନର ତଦନ୍ତ ପାଇଁ ଟାସ୍କଫୋର୍ସ ଗଠନ କରାଯିବ । ଆଜି ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ସିଏମଓର ଜଣେ ଅଧିକାରୀ ରାଜ୍ୟ ତମାମ ବୁଲିବୁଲି ନିଜ ପକେଟରୁ ଦେଲା ଭଳି ଟଙ୍କା ବାଂଟିଲେ ।

ପର୍ଯ୍ୟଟନ ବିଭାଗରୁ ମଠ ମନ୍ଦିରକୁ ଟଙ୍କା ବାଂଟିଲେ । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କୁ ବିଶ୍ୱାସକୁ ନେଲେ ନାହିଁ । ୩-୪ଜଣ ସଚିବ ସବୁ କଲେ । ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ଆମ ସରକାର ନିଶ୍ଚିତ ଟାସ୍କଫୋର୍ସ ଗଠନ କରିବେ ଓ ଏସବୁର ତଦନ୍ତ ହେବ । ସେହିପରି ପିପିପି ମୋଡରେ ପର୍ଯ୍ୟଟନ ଭିତ୍ତିଭୂମିକୁ କିଏ ବିକ୍ରି କରିଥିଲା ତା'ର ମଧ୍ୟ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

prabhati parida

ସୂଚନାଯୋଗ୍ୟ, ପୂର୍ବ ବିଜେଡି ସରକାର ସମୟରେ ପାଣ୍ଡିଆନ ବିଭିନ୍ନ ଅଂଚଳ ଗସ୍ତରେ ଯାଇ ମଠ-ମନ୍ଦିର ଓ ବିଭିନ୍ନ ସ୍ଥାନକୁ ମନଇଚ୍ଛା ପାଣ୍ଠି ଆବଂଟନ କରୁଥିଲେ । ଏପରିକି ଏନେଇ ପ୍ରଶାସନିକ ବିଭାଗ ପାଖରେ କିଛି ଖବର ରହୁନଥିଲା । ପାଣ୍ଡିଆନଙ୍କୁ ଖୁସି କରିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏକତରଫା ଭାବେ ସବୁ ନୀତିନିୟମକୁ ଦଳିଚକଟି ଦେଇଥିଲା ବୋଲି ଅଭିଯୋଗ ହେଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+