ଜଳେଶ୍ୱରରେ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ

ଗୋଟିଏ ପଟେ ବିଜେପି ପାଇଁ କେନ୍ଦ୍ରୀୟ ନେତାଙ୍କ ଘନଘନ ପ୍ରଚାର, ଅନ୍ୟପଟେ ଏହାକୁ ତାଳ ଦେଇ ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକଙ୍କ ମାରାଥନ କ୍ୟାମ୍ପେନ । ବିଜେପି ଶିବିର, ପାଣ୍ଡିଆନଙ୍କୁ ଆକ୍ରମଣ କରୁଥିବା ବେଳେ ନିର୍ବାଚନୀ ପ୍ରଚାରରେ ବିଜେପିକୁ ମିଛୁଆ କହି କାଉଂଟର କରୁଛନ୍ତି । ବିରୋଧୀ କିଭଳି ଅପପ୍ରଚାର କରୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି କଥା କହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ପାଣ୍ଡିଆନ ।

v k pandian

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ପୁଣିଥରେ ବିଜେପିକୁ ଘେରିବା ସହ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅପିଲ୍ କରିଛନ୍ତି । ଏହାସହ ନାଁ ନନେଇ ବାଲେଶ୍ୱର ସାଂସଦଙ୍କୁ ଟାର୍ଗେଟ୍ କରିଛନ୍ତି ।

ଶେଷ ପର୍ଯ୍ୟାୟ ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ କମ୍ପୁଛି ପ୍ରଚାର ମଇଦାନ । ବିଜେଡିର ଦ୍ୱିତୀୟ ଷ୍ଟାର ପ୍ରଚାରକ ଭି.କେ ପାଣ୍ଡିଆନ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ଘେରିଛନ୍ତି । ଜଳେଶ୍ୱରରେ ନାଁ ନନେଇ ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କୁ ଉପରେ ଖୁବ୍ ବର୍ଷିବା ସହ କିଛି ପ୍ରଶ୍ନ କରିଛନ୍ତି । ଆପଣମାନେ ଏଠାରୁ ଜଣେ ସାଂସଦ ପଠାଇଥିଲେ, ହେଲେ ସେ ଆପଣଙ୍କ କିଛି କଲେ କି? ସ୍କୁଲ ରୁପାନ୍ତର, ମନ୍ଦିର, ମସଜିଦ, ଚର୍ଚ୍ଚ ରୁପାନ୍ତର କାମରେ ସହଯୋଗ କରିଛନ୍ତି କି? ଏ ମାଟିର ଲୋକ ହୋଇ ଏ ମାଟିକୁ ଭୁଲିଗଲେ । ମନ୍ତ୍ରୀ ହେଲେ, କିନ୍ତୁ ନିଜ ଅଂଚଳ ପାଇଁ ଗୋଟିଏ ବି କାମ କରିନାହାନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ ।

ପ୍ରଚାର ବେଳେ ବିଜେପି ଉପରେ ଖୁବ୍ ବର୍ଷିଛନ୍ତି ପାଣ୍ଡିଆନ । କହିଛନ୍ତି, ବିଜେପି ନିଜ ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ କିଛି ସ୍ଥାନ ଦେଇନାହିଁ । ବିଜେପି କେବଳ ମିଛ, ଅପପ୍ରଚାର ଓ କୁମ୍ଭୀର କାନ୍ଦଣାରେ ବିଶ୍ୱାସ କରେ । ବିଜେପି ଆସିଲେ ମିଶନ ଶକ୍ତି, ବିଏସକେୱାଇ, ନୂଆ-ଓ' ଯୋଜନା ବନ୍ଦ କରିଦେବ ବୋଲି କହୁଛି । କିନ୍ତୁ ବିଜୁ ଜନତା ଦଳ ଏହା ହେବାକୁ ଦେବ ନାହିଁ ବୋଲି କହିଛନ୍ତି ପାଣ୍ଡିଆନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+