ଦିଲ୍ଲୀ ଗଲେ ପାଣ୍ଡିଆନ ଆଉ ବବି ! ମେଣ୍ଟ ଆଲୋଚନା ନେଇ ଗଲେ ଦିଲ୍ଲୀ !
ଦିଲ୍ଲୀ ଗଲେ ପାଣ୍ଡିଆନ ଆଉ ବବି ! ମେଣ୍ଟ ଆଲୋଚନା ଆଗେଇ ନେବାକୁ ଦିଲ୍ଲୀ ଗଲେ ୨ ନେତା। ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଗଲେ ବିଜେଡିର ୨ ନେତା । ଭିକେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଗଲେ । ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ।

ତେବେ ଏଠାରେ ପ୍ରଶ୍ନ ହେଉଛି ଯଦି ମେଣ୍ଟ ନେଇ ଆଲୋଚନା ଚାଲିଛି ତାହେଲେ ଏତେ ବିଳମ୍ବ କାହିଁକି ହେଉଛି ? କୁହାଯାଉଛି, ଯଦିଓ ଶୀର୍ଷ ସ୍ତରରେ ନିଷ୍ପତ୍ତି ସରିଛି ହେଲେ ଗ୍ରାଉଣ୍ଡ ନେତା ନିଷ୍ପତ୍ତିରେ ସେତେଟା ସହମତି ପ୍ରକାଶ କରୁନାହାନ୍ତି । ଏମିତି କି ରାଜ୍ୟ ବିଜେପି ମେଣ୍ଟ ନକରିବାକୁ ଅଡି ବସିଥିବା ଚର୍ଚ୍ଚା ହେଉଥିବା ବେଳେ ବିଜେଡିରେ ମଧ୍ୟ କିଛି ନେତା ରାଜି ହେବା ପାଇଁ କେତେକ ସର୍ତ୍ତ ରଖିବାକୁ ସୁପ୍ରିମୋଙ୍କୁ ମତ ଦେଇଛନ୍ତି ।
ଏସବୁ ଭିତରେ ୧୨ ତାରିଖକୁ ନେଇ ଚର୍ଚ୍ଚା ଆଗକୁ ବଢିଛି । କାରଣ ସେହିଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ ବୋଲି କୁହାଯାଉଛି । ସେତେଦିନ ଯାଏଁ ହୁଏତ ଏମିତି ସସ୍ପେନ୍ସ ଲାଗି ରହିଥିବ । ୨୦୦୦ ମସିହାରେ ଉଭୟ ଦଳ ଏକାଠି ହୋଇ ବିଧାନସଭା ନିର୍ବାଚନ ଲଢିଥିଲେ । ବିଜେଡି-ବିଜେପି ୮୪:୬୩ ଅନୁପାତରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଆଉ ବିଜେଡି ୬୮ ଓ ବିଜେପି ୩୮ ଆସନରେ ବିଜୟୀ ହୋଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଗଢ଼ା ହୋଇଥିଲା ନୂଆ ସରକାର । ଆଉ କଂଗ୍ରେସକୁ ମାତ୍ର ୨୬ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।
ସେହିପରି ୨୦୦୪ରେ ଅଟଳ ବିହାରୀ ବାଜପାୟୀ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବର୍ଷକ ପୂର୍ବରୁ ରାଜ୍ୟ ସରକାରକୁ ଭାଙ୍ଗି ଏକାଠି ନିର୍ବାଚନକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସେହି ୮୪:୬୩ ଅନୁପାତରେ ଆସନ ବୁଝାମଣା କରିଥିଲେ ବିଜେଡି ଓ ବିଜେପି । ଲୋକସଭାରେ ରହିଥିଲା ୧୨:୯ ଅନୁପାତ । ୨୦୦୪ରେ ୬୧ ଆସନରେ ଜିତିଥିଲା ବିଜେଡି ଓ ବିଜେପି ୩୨ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ମାତ୍ର ୩୮ ଆସନରେ ବିଜୟୀ ହୋଇଥିଲା । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ ।












Click it and Unblock the Notifications