ଆଜିଠୁ ପଞ୍ଚୁକ: ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜିଠୁ ମହାକାର୍ତ୍ତିକର ପଞ୍ଚୁକ ବ୍ରତ ଆରମ୍ଭ । କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚୁକ ବେଶ ଅନୁଷ୍ଠିତ ହେବ । ବିଶ୍ୱାସ ରହିଛି କାର୍ତ୍ତିକ ମାସର ଏହି ପାଞ୍ଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ପୁଣ୍ୟ ଲାଭ ହୋଇଥାଏ । ଗୁରୁବାର ଦିନ ଶ୍ରୀମନ୍ଦିରରେ ହରି ଉତଥାପନ ଏକାଦଶୀ ନୀତି ସମ୍ପନ୍ନ ହେବା ସହ ମହାପ୍ରଭୁଙ୍କ ଠିଆକିଆ ତଥା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ସେହିପିର ଆସନ୍ତା କାଲି ଅର୍ଥାତ୍ ୨୪ ନଭେମ୍ବର ଦିନ ମହାପ୍ରଭୁଙ୍କର ବାଙ୍କଚୁଡ଼ ବା ବାମନ ବେଶ ସହ ଗରୁଡ଼ ଉତଥାପନ ନୀତି ରହିଛି ।

ସେହିପରି ୨୫ ତାରିଖରେ ମହାପ୍ରଭୁଙ୍କର ଡାଳିକିଆ ବା ତ୍ରିବିକ୍ରମ ବେଶ, ୨୬ରେ ଲକ୍ଷ୍ମୀନୃସିଂହ ବେଶ, ଏବଂ ପଞ୍ଚୁକର ଶେଷ ଦିନ, ୨୭ ତାରିଖରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ, ଶଙ୍ଖ, ଚକ୍ର, ହଳ, ମୁଷଳ ଏବଂ କେତେକ ଅଧିକ ଅଳଙ୍କାର ଧାରଣ କରିଥାନ୍ତି । ଆଜି ଅବକାଶ ନୀତି ପରେ ପାଟବସ୍ତ୍ର, ସ୍ୱର୍ଣ୍ଣ ଅଳଙ୍କାର ଏବଂ ପୁଷ୍ପମାଲ୍ୟ ପରିଧାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।

puri

ସୂଚନାଥାଉ ଯେ, ପଞ୍ଚୁକ ପାଇଁ ପୁରୀରେ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ଭକ୍ତ କିପରି ଭଲରେ ଦର୍ଶନ କରିବେ ସେ ନେଇ ପ୍ରସାଶନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପଞ୍ଚୁକ ପାଇଁ ଶ୍ରୀମନ୍ଦିର ଠାରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି । ପଞ୍ଚୁକରେ ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ମୁତୟନ ରହିଛନ୍ତି ।

ସେପଟେ ବଡଦାଣ୍ଡର ଦୁଇ ପାର୍ଶ୍ୱରେ ଅସ୍ଥାୟୀ ଶୌଚାଳୟ କରାଯାଇଛି । ଡାକବାଜି ଯନ୍ତ୍ରରେ ଦର୍ଶନ ବ୍ୟବସ୍ଥା ଉପରେ ସୂଚନା ଦିଆଯାଉଛି । ଭକ୍ତଙ୍କ ଲାଗି ପ୍ରତି ସେଡ୍‌ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସୁରକ୍ଷା ଦୃଷ୍ଟିରୁ ପଞ୍ଚୁକ ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+