ବାବା ଧବଳେଶ୍ବରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ

ବାବା ଧବଳେଶ୍ବରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ। କଟକର ଅନ୍ୟତମ ଶୈବପୀଠ ଧବଳେଶ୍ଵରଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼। ପଞ୍ଚକର ପ୍ରଥମ ଦିନରେ ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା । ପଞ୍ଚକ ଓ ବଡ଼ଓଷା ପାଇଁ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା, ୧୪ଟି ଟ୍ରାଫିକ୍ ପୋଷ୍ଟ ।

ବାବା ଧବଳେଶ୍ବରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ ହୋଇଛି । କଟକର ଅନ୍ୟତମ ଶୈବପୀଠ ଧବଳେଶ୍ଵରଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି । ପଞ୍ଚକର ପ୍ରଥମ ଦିନରେ ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା । ଏଥିସହ ପଞ୍ଚକ ଓ ବଡ଼ଓଷା ପାଇଁ ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା ଓ ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ହେବ । ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ ।

ପାର୍କିଂ ବ୍ୟବସ୍ଥା ପାଇଁ ଦୁଇ ଚକିଆ ଗାଡ଼ି ନୂଆପାଟଣା ଛକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ,୪ ଚକିଆ ଗାଡ଼ି ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡ଼ିଆରେ ପାର୍କିଂ ହେବ ଓ NH ୫୫ ଦେଇ ବାଳି ଛକରୁ ସୁନିଆମୁହଁ ରାସ୍ତାରେ ଆସିବ ୪ ଚକିଆ ଗାଡ଼ି । ଏପଟେ ୨ ଅତିରିକ୍ତ SP, ୮ DSP, ୨୦ IIC ସମେତ ୨୦୦ରୁ ଅଧିକ ପୋଲିସ ନିୟୋଜିତ ହେବେ । ଓଡ୍ରାଫ, ଅଗ୍ନିଶମ ଟିମ୍ ମୁତୟନ ରହିବେ ।

ବିଶ୍ୱାସ ରହିଛି କାର୍ତ୍ତିକ ମାସ ସାରା ବ୍ରତ ରଖି ଯେତିକି ପୁଣ୍ଯ ମିଳେ, ପଞ୍ଚୁକ ପାଞ୍ଚଦିନରେ ବ୍ରତ ରଖିଲେ ତାଠୁ ଅଧିକ ପୁଣ୍ଯ ମିଳିଥାଏ। ହବିଷ୍ୟାଳୀମାନେ କିଭଳି ଭାବେ ପଂଚକରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶେଷ କରି ହବିଷ୍ୟାଳୀ ଓ ବୟସ୍କ ଭକ୍ତଙ୍କୁ ନେଇ ଠାକୁରଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରାଯିବ। ଶୃଙ୍ଖଳିତ ଦର୍ଶନ ଲାଗି ମରଚିକୋଟ ଛକରୁ ଅସ୍ଥାୟୀ ବ୍ୟାରିକେଡ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୩୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହେବେ।କିମ୍ବଦନ୍ତୀ ଅନୁସାରେ ବଗସବୁ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହନ୍ତି ବୋଲି କଥିତ ଥିବାରୁ ଏହାକୁ "ବକ ପଞ୍ଚକ" ମଧ୍ୟ କୁହାଯାଏ ।ଶର ଶଯ୍ୟା ଉପରେ ଶାୟିତ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, "ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ଜଳର ଇଚ୍ଛା କରିଛନ୍ତି ।

ଅର୍ଜୁନ ବାଣଦ୍ୱାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯାହାଦ୍ୱାରା ଆପଣଙ୍କର ଦେହମନ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ ସେମାନେ ମୋତେ ତୃପ୍ତକରିବେ । ଏହା ହେଉଛି ଭୀଷ୍ମପଞ୍ଚକ ଓ ଏହା ପ୍ରତିବର୍ଷ ପାଳିତ ହେବ" । ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନକରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକଲକ୍ଷ ତୁଳସୀପତ୍ର ଚଢ଼ାଇ ବିଷ୍ଣୁଙ୍କୁ ପୂଜାକଲେ ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନ କରନ୍ତି ବୋଲି ଲୋକ ବିଶ୍ୱାସ ମଧ୍ୟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+