ଆଜିଠୁ ପଞ୍ଚୁକ: ସୁରକ୍ଷା କଡାକଡି, ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ କରିବ ଡ୍ରାଗିଙ୍ଗ ଟିମ୍

ଆଜିଠୁ ପଞ୍ଚୁକ । ଏଥର ୪ ଦିନ ପଞ୍ଚୁକ ରହୁଥିବଋ ଚାରି ଦୁର୍ଲଭ ବେଶରେ ଦର୍ଶନ ଦେବ ଶ୍ରୀଜିଉ । କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଏକମୁଖି ଦର୍ଶନ ପ୍ରବେଶ ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କୁ ଭିତର କାଠ ମନା ହୋଇଛି ।

୨ ନଭେମ୍ବର ଅର୍ଥାତ ଆଜି ହରି ଏକାଦଶୀରେ ହେବ ମହାପ୍ରଭୁଙ୍କ ଲକ୍ଷ୍ମୀ- ନାରାୟଣ ବେଶ । ୩ ନଭେମ୍ୱରରେ ତ୍ରିବିକ୍ରମ ବେଶ, ୪ ନଭେମ୍ବରରେ ଲକ୍ଷ୍ମୀ-ନୃସିଂହ ବେଶ ଓ ୫ ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶରେ ଦର୍ଶନ ଦେବେ ଠାକୁର । ଏଥର ବାଙ୍କ ଚୁଡ ବେଶ ହେବନାହିଁ ।

ପୂର୍ବରୁ ଭିଡ଼ ଯୋଗୁଁ ଶ୍ରୀମନ୍ଦିରରେ ଅଘଟଣ ଘଟିଛି । ଗତକାଲି ପୁଣି ଆନ୍ଧ୍ର ଶ୍ରୀକାକୁଲମରେ ଭେଙ୍କେଟଶ୍ୱର ମନ୍ଦିରରେ ଦଳାଚକଟାରେ ପ୍ରାଣ ହରାଇଛନ୍ତି ଶ୍ରଦ୍ଧାଳୁ । ଏହାକୁ ଦୃଷ୍ଟିରେ ରଖି ମାର୍କେଟ୍ ଛକ ପର୍ଯ୍ୟନ୍ତ ହୋଇଛି ବ୍ୟାରିକେଡ୍ ଓ ସେଡ୍ । ଚାରି ଦିନ କେବଳ ସିଂହଦ୍ଵାରରେ ପ୍ରବେଶ ଓ ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ ନିଷ୍ପତ୍ତି ହୋଇଛି । ଭକ୍ତ କେବଳ ବାହାର କାଠରୁ ଶୃଙ୍ଖଳିତ ଦର୍ଶନ କରିବେ । ପୂର୍ଣ୍ଣିମା ଦିନ ଦ୍ୱିତୀୟ ଭୋଗ ମଣ୍ଡପ ପରଠାରୁ ଭିତରକାଠ ଦର୍ଶନ ପାଇଁ ହୋଇଛି ନିଷ୍ପତ୍ତି । ପୋଲିସ୍ ତରଫରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ।

Panchkula from today

ପଞ୍ଚୁକ ୪ ଦିନ ଶ୍ରୀମନ୍ଦିର ସହ ସହରର ଜନଗହଳି ସ୍ଥାନ, ଲୋକନାଥ ମନ୍ଦିର ଓ ବେଳାଭୂମି ଉପରେ କଡ଼ା ନଜର ରଖାଯାଇଛି ।

କିମ୍ବଦନ୍ତୀ ଅନୁସାରେ ବଗସବୁ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହନ୍ତି ବୋଲି କଥିତ ଥିବାରୁ ଏହାକୁ "ବକ ପଞ୍ଚକ" ମଧ୍ୟ କୁହାଯାଏ । ଶର ଶଯ୍ୟା ଉପରେ ଶାୟିତ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, "ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ଜଳର ଇଚ୍ଛା କରିଛନ୍ତି । ଅର୍ଜୁନ ବାଣଦ୍ୱାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯାହାଦ୍ୱାରା ଆପଣଙ୍କର ଦେହମନ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ ସେମାନେ ମୋତେ ତୃପ୍ତକରିବେ । ଏହା ହେଉଛି ଭୀଷ୍ମପଞ୍ଚକ ଓ ଏହା ପ୍ରତିବର୍ଷ ପାଳିତ ହେବ" । ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନକରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକଲକ୍ଷ ତୁଳସୀପତ୍ର ଚଢ଼ାଇ ବିଷ୍ଣୁଙ୍କୁ ପୂଜାକଲେ ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନ କରନ୍ତି ବୋଲି ଲୋକ ବିଶ୍ୱାସ ମଧ୍ୟ ରହିଛି ।

ସୁରକ୍ଷା ଦାୟିତ୍ବରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ:

କେନ୍ଦ୍ରାଞ୍ଚଳ ପୋଲିସ ଡିଆଇଜି ସତ୍ୟଜିତ ନାୟକ କହିଛନ୍ତି, "ପଞ୍ଚୁକ ପାଇଁ ସୁରକ୍ଷା ଦାୟିତ୍ବରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ, ୩୦୦ ହୋମଗାର୍ଡ, ଅତିରିକ୍ତ ଏସପି ୫ ଜଣଙ୍କ ସହିତ ବ୍ୟାପକ ମାତ୍ରାରେ ଡିଏସପି ଏବଂ ଏଏସଆଇଙ୍କୁ ମୁତୟନ କରାଯିବ। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡର ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏଁ ହୋଇଛି ବ୍ୟାରିକେଡ଼। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ବାଇକ ଦ୍ବାରା ପାଟ୍ରୋଲିଂ କରାଯିବ।

ଭିଡ଼ ନିୟନ୍ତ୍ରଣ ପାଇଁ ଡ୍ରାଗିଙ୍ଗ ଟିମ୍:

"ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ହୋଇଛି ଡ୍ରାଗିଙ୍ଗ ଟିମ୍। ଦର୍ଶନ ସରିବା ପରେ ଏହି ଟିମ୍ ଭକ୍ତଙ୍କୁ ଶ୍ରୀମନ୍ଦିର ବାହାରକୁ ପ୍ରସ୍ଥାନ କରାଇବେ। ଶ୍ରଦ୍ଧାଳୁମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି। ଆନ୍ଧ୍ର ଶ୍ରୀକାକୁଲମ ଭେଙ୍କଟେଶ ମନ୍ଦିରରେ ଦଳାଚକଟା ଘଟଣାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ସତର୍କ ରହିଛି ପୁରୀ ପୋଲିସ। ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇଛି।‌ ଏହି ଟିମ୍‌ ଭିଡକୁ ନିୟନ୍ତ୍ରଣ କରିବା ସହ ଦର୍ଶନ କରି ସାରିଥିବା ଭକ୍ତଙ୍କୁ ସଙ୍ଗେ ସଙ୍ଗେ ଭକ୍ତଙ୍କୁ ପ୍ରସ୍ଥାନ ବ୍ୟବସ୍ଥା କରାଇବେ। ପଞ୍ଚୁକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ବେଳାଭୂମିରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଲାଇଫ ଗାର୍ଡ ମାନଙ୍କୁ ମୁତୟନ କରାଯିବ। "

ଦଳାଚକଟା ସ୍ଥିତି ନଉପୁଜିବା ନେଇ ବ୍ୟାପକ ପଦକ୍ଷେପ:

ସେପଟେ ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି," ପଞ୍ଚୁକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ପୂର୍ବ ଅପେକ୍ଷା ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଓ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ଭଲଭାବରେ ଭିଡ଼ ନିୟନ୍ତ୍ରଣ କରାଯିବ। ଫଳରେ ଦଳାଚକଟା ସ୍ଥିତି ଉପଜିବ ନାହିଁ। ଶ୍ରୀମନ୍ଦିର ଭିତରେ ଏବଂ ବାହାର ବେଢାକୁ ଫାଙ୍କା ରଖିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ୍ ମୁତୟନ ରହିବେ। ବରିଷ୍ଠ ପୋଲିସ ଅଧିକାରୀ ମାନେ ମଧ୍ୟ ଶ୍ରୀମନ୍ଦିର ଭିତରେ ୨୪ ଘଣ୍ଟିଆ ମୁତୟନ ରହିବେ। କୌଣସି ଜରୁରୀ ପରିସ୍ଥିତି ହେଲେ ଭିଏଚଏଫ୍ ଦ୍ବାରା ଯୋଗାଯୋଗ କରାଯିବା ବ୍ୟବସ୍ଥା ହୋଇଛି। ନାଟମଣ୍ଡପରେ ଭିଡ଼ ନିୟନ୍ତ୍ରଣ ପାଇଁ ଅଭିଜ୍ଞ ପୋଲିସ ଅଧିକାରୀ ମୁତୟନ ରହିବେ। "

ପାର୍କିଂ ବ୍ୟବସ୍ଥା:

ସେହିପରି ଟ୍ରାଫିକ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁଇ ଚକିଆ ଯାନ ଗୁଡିକ ମାର୍କେଟ ଛକ ମ୍ୟୁନିସିପାଲିଟି ଠାରେ ଥିବା ପାର୍କିଂ ରେ ଗାଡ଼ି ରଖିବେ। ଚାରିଚକିଆ ଗାଡ଼ି ଗୁଡକ ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡରେ ପାର୍କିଂ କରିବେ। କୋଣାର୍କ ପଟୁ ଆସୁଥିବା ଗାଡ଼ି ଗୁଡିକ ତାଳବଣିଆରେ ପାର୍କିଂ କରିବେ। ବିଭିନ୍ନ ପ୍ରବେଶ ପଥରେ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଟ୍ରାଫିକକୁ ପରିଚାଳନା କରିବେ। ପୁରୀ ବେଳାଭୂମିର ଦିଗବାରେଣି ଛକ ଠାରୁ ଯାତ୍ରୀକା ପର୍ଯ୍ୟନ୍ତ ନୋ ଭେହିକିଲ୍ ଜୋନ୍ ରହିବ। ଦିଗବାରେଣି ଓ ଯାତ୍ରୀକା ପାର୍କିଂରେ ଗାଡ଼ି ଗୁଡିକ ଲୋକମାନେ ପାର୍କିଂ କରିପାରିବେ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵକୁ ନୋ ଭେହିକିଲ୍ ଜୋନ୍ ରହିବ। କାର୍ତ୍ତିକ ପୂର୍ଣ୍ଣିମାରେ ମେଡିକାଲ ଛକ ଠାରୁ ଶ୍ରୀମନ୍ଦିର ଯାଏଁ ନୋ ଭେହିକିଲ୍ ଜୋନ୍ ରହିବ ବୋଲି କହିଛନ୍ତି ପୁରୀ ଏସପି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+