ବିକଶିତ ଓଡ଼ିଶା ଗଠନରେ ପ୍ରମୁଖ ମାଧ୍ୟମ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ମାନ୍ୟବର ଶ୍ରୀ ରବିନାରାୟଣ ନାଏକ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ଉନ୍ନୟନ କାର୍ଯ୍ୟ (ଗୃହ, ରାସ୍ତା ଓ ସେତୁ)ର ସମୀକ୍ଷା କରିଛନ୍ତି । ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ବିକାଶ କାର୍ଯ୍ୟ ବିଷୟରେ ଅବଗତ ହେବା ସହ ମାନ୍ୟବର ମନ୍ତ୍ରୀ ରାଜ୍ୟର ସମସ୍ତ ଡିଭିଜନ୍‌ର କାର୍ଯ୍ୟ ସମୀକ୍ଷା କରିଥିଲେ ।

ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱରର ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ରବିନାରାୟଣ ନାଏକ, ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଓଡ଼ିଶା ଅଧ୍‌ଯକ୍ଷତା କରିଥିଲେ । ଏହି ଅବସରରେ ସେ ବିଭାଗର ସମସ୍ତ ଯନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ବିକଶିତ ଓଡ଼ିଶା ଗଠନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ଓ ପୋଲ ନିର୍ମାଣ ସମ୍ପର୍କରେ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ଏହା ଓଡ଼ିଶାର ବିକାଶର ନକ୍ସାକୁ ପରିବର୍ଷିତ କରିପାରିବ ବୋଲି ମତପ୍ରକାଶ କରିଥିଲେ ।

ଡିଭିଜନ୍ ସ୍ତରରୁ ସମସ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ପ୍ରତିଟି ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ଉପରେ ଧ୍ୟାନ ଦେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାମୀଣ ବିକାଶ ପାଇଁ ତୃଣମୂଳ ସ୍ତରର ନିର୍ଦ୍ଦିଷ୍ଟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସର୍ଜନାତ୍ମକ ପ୍ରସ୍ତାବମାନ ଦେବା ପାଇଁ ସେ ସଭିଙ୍କୁ ପ୍ରେରିତ କରିଥିଲେ ।

Rabi Narayan Naik

ଓଡ଼ିଶାର ଜନସାଧାରଣଙ୍କ ପ୍ରତି ସମର୍ପିତ ରହି ବିଭାଗୀୟ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ସହ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଯୋଗଦାନ ଦେବା ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଯୋଜନା, ନିର୍ମାଣ କାର୍ଯ୍ୟର ଅଗ୍ରଗତି ଆଦି ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଗ୍ରାମ୍ୟ ଉନ୍ନୟନ ବିଭାଗ ଏକ ଟିମ୍ ଭାବରେ କାର୍ଯ୍ୟ କରିବା ସହ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହାସଲ କରାଯିବା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟପନ୍ଥା ଓ ଐକ୍ୟବଦ୍ଧ ସଂକଳ୍ପ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ । ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସଞ୍ଜୀବ କୁମାର ମହାନ୍ତି ପିପିଟି ପ୍ରେଜେଣ୍ଟେସନ୍ ମାଧ୍‌ଯମରେ ବିଭିନ୍ନ ଡିଭିଜନ୍ ଅଧୀନରେ ଚାଲିଥିବା କାର୍ଯ୍ୟ ବିଷୟରେ ଜଣାଇଥିଲେ । ମାନ୍ୟବର ମନ୍ତ୍ରୀ ବିଭିନ୍ନ ଡିଭିଜନ୍‌ର କାର୍ଯ୍ୟ ବିଷୟରେ ସଂପୃକ୍ତ ଯନ୍ତ୍ରୀମାନଙ୍କୁ ପଚାରିଥିଲେ ଓ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ତିମ ପର୍ଯ୍ୟାୟରେ ସ୍ୱତନ୍ତ୍ର ସଚିବ ଶ୍ରୀ ସୁଦର୍ଶନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ସଚିବ ଶ୍ରୀ ସୁବ୍ରତ ପଣ୍ଡା ଓ ବିଭାଗୀୟ ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ଏବଂ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣଙ୍କ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+