ବଡ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ, କହିଲେ ରାଜ୍ୟରେ ଲାଗୁ ହେବ ପେଶା ଆଇନ

ବଡ ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ । କହିଲେ ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ପେଶା ଆଇନ । ବିଜେପି ଏସଟି ମୋର୍ଚ୍ଚା ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଦିବାସୀଙ୍କ ବିକାଶ ପାଇଁ ବିଜେପି ସରକାର ସମର୍ପିତ । ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟର କରାଯିବ ।

Ravi Naik

ଯେଉଁଠି ବ୍ୟକ୍ତି ଏବଂ ପରିବାର ବିକାଶ ପାଇଁ ଯୋଜନା ହେବ । ଯୋଜନାକୁ କ୍ଲଷ୍ଟର ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଦେଶରେ ଆଦିବାସୀଙ୍କ ସଂଖ୍ୟା କମୁଛି । ଏହା ଏକ ଗୁରୁତର ବିଷୟ, ଆମକୁ ସଚେତନ ହେବାକୁ ପଡିବ, ରାଜ୍ୟର ଜଣେ ବି ଆଦିବାସୀ ଅନ୍ୟ ଧର୍ମ ଗ୍ରହଣ କରିବେନି ।

ସେଇଥିପାଇଁ ଆମକୁ ଜଗିବାକୁ ପଡିବ ବୋଲି ମନ୍ତ୍ରୀ ରବି ନାଏକ କହିଛନ୍ତି । ଆଦିବାସୀଙ୍କ ପାଇଁ ସନାତନ ଧର୍ମ ବଞ୍ଚିଛି, ଆଦିବାସୀ ସଂସ୍କୃତି ଓ ପରମ୍ପରାରେ ସନାତନର ଝଲକ ରହିଛି। ଆଦିବାସୀ ସମାଜ ସବୁଠୁ ଅଧିକ ରାଷ୍ଟ୍ରବାଦୀ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+