Get Updates
Get notified of breaking news, exclusive insights, and must-see stories!

ପଞ୍ଚାୟତ ନିର୍ବାଚନ ଫଳାଫଳ: ବିଜେପିର ଦୁର୍ବଳ ପ୍ରଦର୍ଶନ ଜନ୍ମ ଦେଇଛି ଅସଂଖ୍ଯ ପ୍ରଶ୍ନକୁ

ପଞ୍ଚାୟତ ନିର୍ବାଚନ ଫଳାଫଳ କେବଳ ଚକିତ କରିନାହିଁ, ବରଂ କର୍ମୀଙ୍କ ପାଇଁ ଆଣିଛି ଆସିମୀତ ହତାଶ ବୋଧ। ଦଳର ଏହି ଦୁର୍ବଳ ପ୍ରଦର୍ଶନ ଜନ୍ମ ଦେଇଛି ଅସଂଖ୍ଯ ପ୍ରଶ୍ନକୁ । ଏହି ପ୍ରଶ୍ନର ତାଲିକାରେ ଅନ୍ତର୍ଭୁକ୍ତ ଅଛି ବିଜେପିର ରାଜ୍ୟ ନେତୃତ୍ଵ, ସାଙ୍ଗଠନିକ ସଂରଚନା, ପ୍ରଚାରର ଷ୍ଟ୍ରାଟେଜି, ଦଳୀୟ କନ୍ଦଳ, ଆଜେଣ୍ଡା ଇତ୍ୟାଦି, ଇତ୍ୟାଦି...

ଭୁବନେଶ୍ବର: ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । 26 ଫେବୃଆରୀରୁ ଆରମ୍ଭ ହୋଇଥିବା ଗଣନା କାର୍ଯ୍ୟ 28 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଦ୍ଵିତୀୟ ଦିବସ ସୁଦ୍ଧା ସମୁଦାୟ 851 ଗୋଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ 600 ଆସନର ଫଳାଫଳ ଆସିଛି । ଭୋଟ ଗଣତିରେ ନିର୍ଦ୍ଦିଷ୍ଟ ଭାବରେ ବିଜୟୀ ତାଲିକା ଘୋଷଣା ହୋଇ ନଥିବା ବେଳେ ଶାସକ ବିଜୁ ଜନତା ଦଳ ଏକ ପାଖିଆ ଭାବରେ ଅକ୍ତିଆର କରିଛି ଅଧିକାଂଶ ଆସନ। 521ଟି ଆସନରେ ଆଗୁଆ ରହି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ କଂଗ୍ରେସକୁ ଏକ ପ୍ରକାର ଧରାଶାୟୀ କରିଛି।

BJD

ରାଜ୍ୟରେ 2024 ମସିହାରେ ବିଧାନସଭା ନିର୍ବାଚନ ପୂର୍ବରୁ ସେମି ଫାଇନାଲ କୁହାଯାଉଥିବା ପଞ୍ଚାୟତ ନିର୍ବାଚନ ସମସ୍ତ ରାଜନୈତିକ ଦଳ ପାଇଁ ଏକ ପରୀକ୍ଷା ଥିଲା । ଏହି ପରୀକ୍ଷାରେ ବିଜେଡ଼ି କେବଳ ପାସ ହୋଇନି ବରଂ ଗୋଲ୍ଡ ମେଡାଲିଷ୍ଟ ସାବ୍ୟସ୍ତ ହୋଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ବିଜେପି ଏବଂ କଂଗ୍ରେସର ପ୍ରଦର୍ଶନ ଭୟଙ୍କର ହୋଇଛି। ଏକାଧିକ ଜିଲ୍ଲାରେ ଖାତା ଖୋଲିବାକୁ ସକ୍ଷମ ହୋଇପାରିନାହିଁ ବିଜେପି । 2017 ପଞ୍ଚାୟତ ନିର୍ବାଚନରେ ସମସ୍ତଙ୍କୁ ଚକିତ କରି ବିଜେଡ଼ିକୁ କଡା ଟକ୍କର ଦେଇଥିଲା ବିଜେପି। 396 ଆସନ ଅକ୍ତିଆର କରି ରାଜ୍ୟରେ ଏକ ବିକଳ୍ପ ଭାବରେ ଲୋକଙ୍କ ଆଗରେ ଛିଡା ହୋଇଥିଲା ଦଳ। ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେପି କେବଳ ନୈରାଶ୍ୟଜନକ ପ୍ରଦର୍ଶନ କରିନାହିଁ, ବରଂ 20 ବର୍ଷ ପଛକୁ ଠେଲି ଦେଇଛି ଦଳକୁ ।

Naveen Pattnaik

2017 ପଞ୍ଚାୟତ ନିର୍ବାଚନରେ ଅତ୍ୟନ୍ତ ଉତ୍ତମ ପ୍ରଦର୍ଶନ କରି ବିଜେପି ପଶ୍ଚିମ ଓଡିଶାରେ 10 ଜିଲ୍ଲା ମଧ୍ୟରୁ 6ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଥିଲା। ପଶ୍ଚିମ ଓଡିଶାର ସବୁଠାରୁ ବଡ ଦଳ ଭାବରେ ଉଭା ହୋଇ ଶାସକ ବିଜୁ ଜନତା ଦଳ ପାଇଁ ଏକ ଆହ୍ଵାନ ହୋଇ ଛିଡା ହୋଇଥିଲା ବିଜେପି । ସମ୍ବଲପୁର, ବରଗଡ, କଳାହାଣ୍ଡି, ବଲାଙ୍ଗିର ଆଦି ଜିଲ୍ଲାରେ ବିଜେପି ବିଶେଷ ସଫଳତା ହାସଲ କରିଥିଲା ଗତ ଥର। ବରଗଡର 34ଟି ଆସନ ମଧ୍ୟରୁ 25ଟିରେ ଜାହିର କରିଥିଲା ପତିଆରା। ସେହିପରି ସମ୍ବଲପୁରରେ 18ରୁ 13 ଆସନ ହାସଲ କରି ଜିଲ୍ଲାରେ ଲୋକପ୍ରିୟ ଦଳ ଭାବରେ ଉଭା ହୋଇଥିଲା। ସେହିପରି, ବଲାଙ୍ଗିରରେ 33ଟି ଆସନ ମଧ୍ୟରୁ ବିଜେପି 23ରେ ବିଜୟୀ ହୋଇଥିଲା । ଚଳିତ ବର୍ଷ ଏହି ସବୁ ଜିଲ୍ଲାରେ ପ୍ରଥମ ଦିନ ଗଣତିରୁ ହିଁ ବିଜେଡ଼ି ସାବ୍ୟସ୍ତ କରିଛି ଏକାଙ୍ଗ ଚକ୍ରବର୍ତ୍ତୀ ଭାବରେ। ଏହି ସବୁ ଫଳାଫଳ ରାଜ୍ୟ ରାଜନୀତିର ଗତିପଥକୁ ସମ୍ପୂର୍ଣ ଓଲଟାଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

bjp

ବିଜେପି ଆଗରେ ଆସିମୀତ ପ୍ରଶ୍ନ:
ପଶ୍ଚିମ ଓଡିଶାରେ ଚଳିତ ନିର୍ବାଚନ ଫଳାଫଳ ବିଜେପି ପାଇଁ ଆଣି ଦେଇଛି ବିରାଟ ବିଫଳତା। ଏଥିସହିତ ଦଳ ଚାଲିଯାଇଛି ଦୁଇ ଦଶନ୍ଧି ପଛକୁ । ଏହି ଫଳାଫଳ କେବଳ ଚକିତ କରିନାହିଁ, ବରଂ କର୍ମୀଙ୍କ ପାଇଁ ଆଣିଛି ଆସିମୀତ ହତାଶ ବୋଧ। ଦଳର ଏହି ଦୁର୍ବଳ ପ୍ରଦର୍ଶନ ଜନ୍ମ ଦେଇଛି ଅସଂଖ୍ଯ ପ୍ରଶ୍ନକୁ । ଏହି ପ୍ରଶ୍ନର ତାଲିକାରେ ଅନ୍ତର୍ଭୁକ୍ତ ଅଛି ବିଜେପିର ରାଜ୍ୟ ନେତୃତ୍ଵ, ସାଙ୍ଗଠନିକ ସଂରଚନା, ପ୍ରଚାରର ଷ୍ଟ୍ରାଟେଜି, ଦଳୀୟ କନ୍ଦଳ, ଆଜେଣ୍ଡା ଇତ୍ୟାଦି, ଇତ୍ୟାଦି। 2024ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନୈରାଶ୍ୟଜନକ ପ୍ରଦର୍ଶନ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ମଧ୍ୟ ଦ୍ଵନ୍ଦରେ ପକାଇଦେବ। ପଞ୍ଚାୟତ ନିର୍ବାଚନ ପରେ ପରେ ଅନୁଷ୍ଠିତ ହେଉଛି ରାଜ୍ୟରେ ପୌର ପରିଷଦ ନିର୍ବାଚନ । ଏଥିରେ ମଧ୍ୟ ଯଦି ବିଜେପି ପଞ୍ଚାୟତର ଫଳାଫଳର ପୁନରାବୃତ୍ତି ହୁଏ, ତା'ହେଲେ ପରିସ୍ଥିତି ଆହୁରି ଜଟିଳ ହେବ ଦଳ ପାଇଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+