Panchayat Issue: ତାତିଲେ ଭୋଟର, ପୋଲିଂ କର୍ମଚାରୀଙ୍କୁ ଅଢ଼େଇ ଘଣ୍ଟା ଅଟକ ରଖିଲେ
ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ ଦେଖଇବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ସ୍କୁଲ ଆଗରେ ଅଢ଼େଇ ଘଣ୍ଟା ଧରି ପୋଲିଂ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ ।
ଭୁବନେଶ୍ୱର: ରାତି ପାହିଲେ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଯାହା ପାଇଁ ନିର୍ଦ୍ଧରିତ ପୋଲିଂ ବୁଥ ଅଭିମୁଖେ ପହଞ୍ଚିଛନ୍ତି ପୋଲିଂ କର୍ମଚାରୀ । ମାତ୍ର ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ ଦେଖଇବାକୁ ମିଳିଛି ଅଭାବନୀୟ ଦୃଶ୍ୟ ।
ସ୍କୁଲ ଆଗରେ ଅଢ଼େଇ ଘଣ୍ଟା ଧରି ପୋଲିଂ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ ।

ପୁଇଁନ୍ତଳା ବ୍ଲକ୍ କୁରୁଲ ପଞ୍ଚାୟତ ଡୁମେରପାଲି ଗାଁରେ ଥିଲା ଗୋଟିଏ ପ୍ରାଥମିକ ବିଦ୍ୟାଳୟ। ୨୦ ପିଲା ଥିବା ଦର୍ଶାଇ ଶିକ୍ଷା ବିଭାଗ ଉକ୍ତ ବିଦ୍ୟାଳୟକୁ ୨୦୧୮ ମସିହାରେ ବନ୍ଦ କରିଦେଇଥିଲା। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍କୁଲ ଖୋଲିବା ପାଇଁ ବାରମ୍ୱାର ଦାବି କରୁଥିଲେ ଗାଁ ଲୋକ। ମାତ୍ର ପ୍ରଶାସନ ତିଳେ ମାତ୍ର ନଜର ଦେଉନଥିଲା।
ଆସନ୍ତାକାଲି ପଞ୍ଚାୟତ ନିର୍ବାଚନରେ ମତଦାନ ଥିବାରୁ ଆଜି ଉକ୍ତ ସ୍କୁଲକୁ ଖୋଲିବା ପାଇଁ ଚେଷ୍ଟା କରିଥିଲା ପ୍ରଶାସନ। ଏପରିକି ପୋଲିଂ ବୁଥ୍ ସ୍କୁଲ ପାଖରେ ପହଞ୍ଚିଥିଲା। ହେଲେ ଗାଁ ଲୋକେ ସ୍କୁଲ ଖୋଲିବାକୁ ଅନୁମତି ଦେଇନଥିଲେ। ପୋଲିଂ କର୍ମଚାରୀଙ୍କୁ ସ୍କୁଲ ଭିତରକୁ ଛାଡ଼ି ନଥିଲେ।
ଖବର ପାଇଁ ପଇଁନ୍ତଲା ତହସିଲଦାର, ପୁଲିସ ଫୋର୍ସ ସହ ସେଠାରେ ପହଞ୍ଚିଥିଲେ। ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଁ ଲୋକେ ନିଜ ଜିଦ୍ରେ ଅଟଳ ରହିଥିଲେ। ଆଗେ ସ୍କୁଲ ଖୋଲ, ତା'ପରେ ପୋଲିଂ ବୁଥ୍ କର୍ମଚାରୀଙ୍କ ଭିତରକୁ ପଶିବାକୁ ଦେବୁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ।
ସେହିପରି ଟିଟିଲାଗଡ଼ ଜିଲ୍ଲାର ଜଗୁଆ ପଞ୍ଚାୟତର ଭାଟିପଡ଼ା ଗାଁରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଗାଁରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ପାଇଁ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ଏପରି ପୋଲିଂ ବୁଥ୍ କର୍ମଚାରୀଙ୍କ ଭିତରକୁ ପଶିବାକୁ ଦେବେ ନାହିଁ ବୋଲିଂ ମଧ୍ୟ ଚେତାବିନୀ ଦେଇଛନ୍ତି ।
ଗାଁର ଶତାଧିକ ମହିଳା ଓ ପୁରୁଷ ଟିଟିଲାଗଡ଼ ଉପାଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। ପାନୀୟ ଜଳ ସମାଧାନ ନହେଲେ ୨୪ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ଚେତାବନୀ ଦେଇଛନ୍ତି। ଉପାଜିଲ୍ଲାପାଳ ଗାଁ ଲୋକଙ୍କ ଗୁହାରୀ ଶୁଣି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି, ଆସନ୍ତା କାଲି(ଶୁକ୍ରବାର) ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥାର SDO ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ତାଙ୍କ ପରାମର୍ଶରେ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।












Click it and Unblock the Notifications