Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ

ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିସନର ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିବା କଥା ସେ କହିଛନ୍ତି । ତାଙ୍କ ସୂଚନା ମୁତାବକ ୫ ବର୍ଷ କାର୍ଯ୍ୟକାଳ ସରିଲେ ପଞ୍ଚାୟତ ନିର୍ବାଚନ କରାଯିବ । ଏନେଇ ସବଡିଭିଜନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୦ ଦିନ ତଳେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି ।

Panchayat

ବୁଥ୍ ଓ ବାଲାଟ୍ ପେପର ଭଳି ଆବଶ୍ୟକୀୟ ଜିନିଷ ଉପରେ ସବିଶେଷ ଆଲୋଚନା ହୋଇଥିବା ରାଜ୍ୟ ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଉପନିର୍ବାଚନ ନେଇ କୌଣସି ଆଲୋଚନା ହୋଇନଥିବା କଥା ସେ କହିଛନ୍ତି । ସମୟ ଆସିଲେ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ଆଗୁଆ ନିର୍ବାଚନକୁ ସେ ଅଗ୍ରାହ୍ୟ କରିଛନ୍ତି ।

ସେପଟେ ବିଜେପି ରାଜ୍ୟ ସଭାପତି ଗତକାଲି କହିଥିଲେ କି, ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟର ୩ ରୁ ୪ ମାସ ପୂର୍ବରୁ କରାଯିବ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । କିନ୍ତୁ ରାଜ୍ୟ ବିଜେପି ସଭାପତିଙ୍କ ବୟାନକୁ ଖଣ୍ଡନ କରିଛନ୍ତି ରାଜ୍ୟ ନିର୍ବାଚନ କମିସନର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+