ଓଡିଶା ପଞ୍ଚାୟତ ନିର୍ବାଚନ: ରାଲି ଓ ପ୍ରଚାର ପାଇଁ କୋହଳ ହେଲା କଟକଣା

ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ସାମାନ୍ଯ ହ୍ରାସ ପାଇବା ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣାକୁ କୋହଳ କରିଛନ୍ତି। ଏନେଇ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପାଢ଼ୀ ସୂଚନା ଦେଇ କହିଛନ୍ତି, ଏଣିକି ୨୦ ଜଣଙ୍କୁ ସାଙ୍ଗରେ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବେ। ପୂର୍ବରୁ ମାତ୍ର ୫ ଜଣଙ୍କୁ ସାଙ୍ଗରେ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବା ନେଇ କଟକଣା ଥିଲା।

Panchayat elections

ଏଥିସହିତ ନିର୍ବାଚନ ପ୍ରଚାରରେ ଜନ ସମାଗମକୁ ନେଇ ମଧ୍ୟ ସାମାନ୍ଯ କୋହଳ ହୋଇଛି କଟକଣା। ଏଣିକି ୩ଶହ ଲୋକଙ୍କୁ ନେଇ ରାଜନୈତିକ ସଭା କରାଯାଇ ପାରିବ। କିନ୍ତୁ ପୂର୍ବପରି ରାଲି, ପଦଯାତ୍ରା ଓ ବାଇକ ରାଲି ଉପରେ କଟକଣା ବଳବତ୍ତର ରହିବ ବୋଲି ରାଜ୍ୟ ନିର୍ବାଚନ କମିସନ ଘୋଷଣା କରିଛନ୍ତି। ତେବେ ପ୍ରଚାର ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଭଳି କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୂର୍ବଭଳି କଟକଣା ଜାରି ରହିବ। ଆଜି ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଆଦିତ୍ୟ ପାଢ଼ୀ। ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀଙ୍କ ସୂଚନା ଅନୁଯାୟୀ ୮୦ରୁ ୯୦ ପ୍ରତିଶତ ପୋଲିଙ୍ଗ କର୍ମଚାରୀଙ୍କୁ ପ୍ରିକସନ ଡୋଜ ଦିଆଗଲାଣି। ଆଉ ଦୁଇ ନିତି ଦିନ ଭିତରେ ଅବଶିଷ୍ଟ ଡୋଜ ଦିଆଯିବ। ପୋଲିଙ୍ଗ କର୍ମଚାରୀଙ୍କ ଟ୍ରେନିଂ ସାରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଯୋଗ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଯୋରଦାର ଚାଲିଛି। 5ଟି ପର୍ଯ୍ୟାୟରେ ରାଜ୍ୟରେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+