ଯାଜପୁରରେ ଉତ୍ତେଜନା: କୋରେଇରେ ବିଡିଓଙ୍କୁ ଆକ୍ରମଣ, ୬ ବୁଥରେ ମତଦାନ ବନ୍ଦ
ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସକାଳେ ସୁଚାର ରୂପେ ଚାଲିଥିବା ବେଳେ ଯାଜପୁରର କିଛି ବୁଥରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଭୋଟଦାନ ବେଳେ ଉତ୍ତେଜନା ଦେଖାଦେଇଛି। ଏପରିକି ୬ଟି ବୁଥ୍ରେ ମତଦାନ ବନ୍ଦ କରିବାକୁ ପଡିଛି।
ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସକାଳେ ସୁଚାର ରୂପେ ଚାଲିଥିବା ବେଳେ ଯାଜପୁରର କିଛି ବୁଥରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଭୋଟଦାନ ବେଳେ ଉତ୍ତେଜନା ଦେଖାଦେଇଛି। ଏପରିକି ୬ଟି ବୁଥ୍ରେ ମତଦାନ ବନ୍ଦ କରିବାକୁ ପଡିଛି।

ଜିଲ୍ଲାର ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡିଓଙ୍କୁ କିଛି ଲୋକ ଠେଲାପେଲା କରିଛନ୍ତି। ବୁଥ୍ ଜବରଦଖଲ ଉଦ୍ୟମ କରାଯାଉଥିବା ଖବର ପାଇ ବିଡିଓ ସେଠାରେ ପହଞ୍ଚିବା ପରେ ତାଙ୍କୁ କିଛି ଲୋକ ଠେଲାପେଲା କରିଥିଲେ। ଏହାକୁ ନେଇ ସୋତି ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ସେଠାରେ ମତଦନାକୁ ବନ୍ଦ ରଖାଯାଇଛି।
ସେହିପରି ଜିଲ୍ଲାର ବିଞ୍ଝାରପୁର ବ୍ଲକ୍ର ବାଛୋଳ ପଞ୍ଚାୟତର ୪ ଓ ୬ ନମ୍ବର ବୁଥ୍ରୁ ଭୋଟ୍ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ୪ ଜଣ ଦୁର୍ବୃତ୍ତ ୪ ନମ୍ବର ବୁଥ୍ରୁ ଭୋଟ୍ ବାକ୍ସ ଧରି ପଳାଇଛନ୍ତି। ସେହିପରି ୬ ନମ୍ବର ବୁଥ୍ରୁ ଭୋଟ୍ ବାକ୍ସ ଉଠାଇ ଦୁର୍ବୃତ୍ତମାନେ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ସେଠାରେ ମତଦାନ ବନ୍ଦ ରହିଥିବା ବେଳେ ଉତ୍ତେଜନା ଦେଖା ଦେଇଛି।












Click it and Unblock the Notifications