ପଞ୍ଚାୟତ ନିର୍ବାଚନ ହିଂସା: ଯାଜପୁରରେ ୩ ସାମ୍ବାଦିକଙ୍କୁ ଆକ୍ରମଣ, ମୋବାଇଲ ଛଡାଇ ନେଲେ, କାର ଭାଙ୍ଗିଲେ ଦୁର୍ବୃତ୍ତ
ପଞ୍ଚାୟତ ନିର୍ବାଚନ ହିଂସା: ଯାଜପୁରରେ ୩ ସାମ୍ବାଦିକଙ୍କୁ ଆକ୍ରମଣ, ମୋବାଇଲ ଛଡାଇ ନେଲେ, କାର ଭାଙ୍ଗିଲେ ଦୁର୍ବୃତ୍ତ
ଯାଜପୁର: ଯାଜପୁର ବିଞ୍ଝାରପୁରରେ ପଞ୍ଚାୟତ ନିର୍ବାଚନ ହିଂସା । ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ । ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁବୃର୍ତ୍ତ । ଆକ୍ରମଣର ଶିକାର ହୋଇଥିବା ଏହି ୩ ସାମ୍ବାଦିକ ବୈଦ୍ୟୁତିକ ଗଣମାଧ୍ୟମରେ କାମ କରନ୍ତି। ସେମାନେ ହେଲେ ଦେବାଶିଷ ସାହୁ, ଗୁଲସନ ଅଲ୍ଲୀ ନୱାଜ ଓ ବିଜୟ ସାହୁ।

ଚଳିତ ପଞ୍ଚାୟତ ନିର୍ବାଚନରେ ଖବର ସଂଗ୍ରହ ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଗଣମାଧ୍ୟମ ପ୍ରତିନିଧି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ଦିନ ପୁରୀ ଜିଲ୍ଲା କଣାସ ବ୍ଲକ୍ରେ ୪ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଯାଜପୁର ଜିଲ୍ଲା ୩ ଜଣ ସାମ୍ବାଦିକ ଆକ୍ରମଣର ଶିକାର ହୋଇଛନ୍ତି।
ଜିଲ୍ଲାର ବିଞ୍ଝାରପୁରର ବାଛୋଳ ପଞ୍ଚାୟତର ୨ ନମ୍ବର ବୁଥ୍ ରିଗିଂ ଉଦ୍ୟମ ହେଉଥିବା ଖବର ପାଇଁ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ। ତେବେ ସେଠାରେ ସେମାନଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ପିଟି ଥିଲେ। ଏମିତିକି ସେମାନଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ। ଦୁର୍ବୃତ୍ତମାନେ ୨ ନମ୍ବର ବୁଥ୍ର ଭୋଟ୍ ବାକ୍ସ ନେଇ ପଳାଇଛନ୍ତି। ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ମତଦାନ ବନ୍ଦ ରହିଛି।












Click it and Unblock the Notifications