ପଞ୍ଚାୟତ ନିର୍ବାଚନ ଗାଇଡଲାଇନ: ସର୍ବାଧିକ ୫ ଜଣଙ୍କୁ ନେଇ ହେବ ପ୍ରଚାର
ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଏସଆରସି ଜାରି କଲେ ଗାଇଡଲାଇନ । ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡଲାଇନରେ କଲେ ପରିବର୍ତ୍ତନ । ବଡଧରଣର ସମାବେଶ ଉପରେ ଲାଗିଲା କଟକଣା ।
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଏସଆରସି ଜାରି କଲେ ଗାଇଡଲାଇନ । ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡଲାଇନରେ କଲେ ପରିବର୍ତ୍ତନ । ବଡଧରଣର ସମାବେଶ ଉପରେ ଲାଗିଲା କଟକଣା ।

ଗତ ୫ ତାରିଖରେ ଏସଆରସିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶରେ ରାଜନୀତିକ କାର୍ଯ୍ୟକ୍ରମ,ରାଲି, ବୈଠକ ଆଦିରେ ସର୍ବାଧିକ ୧୦୦ଜଣ ଅବା କୋଠରୀରେ ସିଟ୍ କ୍ଷମତାର ୫୦ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଥିଲା। କିନ୍ତୁ ନିର୍ବାଚନ କମିଶନରଙ୍କ ଚିଠି ପରେ ଏସଆରସି ଆଜି ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ସାନି ଗାଇଡଲାଇନ୍ ଜାରି କରିଛନ୍ତି। ସର୍ବାଧିକ ୫ ଜଣଙ୍କୁ ନେଇ ହୋଇ ପାରିବ ଘରକୁ ଘର ପ୍ରଚାର । ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ।
ପ୍ରଚାର ସମୟରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଜରୁରୀ କରାଯାଇଛି । କୋଭିଡ-୧୯କୁ ଦୃଷ୍ଟି ରଖି ଅଧିକ ସଂଖ୍ୟାରେ ଲୋକଙ୍କୁ ଧରି ପ୍ରଚାର କରିବାକୁ ଅନୁମତି ମିଳିବ ନାହିଁ । ସର୍ବାଧିକ ୫ଜଣ ହିଁ ପ୍ରଚାରରେ ଯାଇ ପାରିବେ । କୋଭିଡ୍ ସଂକ୍ରମିତ ପ୍ରାର୍ଥୀ ବ୍ୟକ୍ତିଗତ ଭାବେ ବୁଲି ପ୍ରଚାର କରିପାରିବେ ନାହିଁ । କେବଳ ସେ ଇଲେକ୍ଟ୍ରୋନିକ ଓ ଭର୍ଚୁଆଲ ମୋଡରେ ପ୍ରଚାର କରିବେ । ସେହିପରି ରାଜନୀତିକ ଦଳ ଓ ପ୍ରାର୍ଥୀମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରି ନିଜର ପ୍ରଚାରକୁ ଡିଜିଟାଲ, ଭର୍ଚୁଆଲ, ମିଡିଆ ପ୍ଲାଟଫର୍ମ, ମୋବାଇଲ ଆଦି ମାଧ୍ୟମରେ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ।












Click it and Unblock the Notifications