ବିଳମ୍ବ ହେବ ରାଜ୍ୟରେ ପଞ୍ଚାୟତ ନିର୍ବାଚନ !

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ନିର୍ବାଚନ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ନିର୍ବାଚନ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୧୦ରେ ସରିବ। ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ସରିବା କଥା।

 odisha panchayat election

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ସାରିବାକୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ଏହା ସରିଲେ ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ତେବେ ଏଯାଏ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ କାର୍ଯ୍ୟ କରାଯାଇନାହିଁ। ସେ ଦୃଷ୍ଟିରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ସମ୍ଭାବନା ଥିବା ଜଣାପଡୁଛି । ମାର୍ଚ୍ଚ ୧୦ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ପଂଚାୟତିରାଜ ବିଭାଗକୁ ଲେଖିଥିବା ଚିଠିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଓ୍ୱାର୍ଡ ସୀମାପୁନନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଗତ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ସାରିବାକୁ କୁହାଯାଇଥିଲା । ପୂର୍ବରୁ ଏନେଇ ଜାନୁୟାରୀ ମାସରେ କମିସନ ମଧ୍ୟ ଦୁଇ ଥର ଚିଠି ଲେଖିଥିଲେ। ଏହାସତ୍ତ୍ୱେ ଏ ସଂପର୍କରେ ସରକାରଙ୍କଠାରୁ କୌଣସି ଇଣ୍ଟିମେସନ୍ ମିଳିନଥିବା କମିଶନ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+