Get Updates
Get notified of breaking news, exclusive insights, and must-see stories!

ପଞ୍ଚାୟତ ନିର୍ବାଚନ 2022: ୪୮ ଘଣ୍ଟା ପୂର୍ବରୁ ମଦ,ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ

ରାଜ୍ୟରେ ପାଞ୍ଚୟତ ନିର୍ବାଚନ ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ନିର୍ବାଚନ କମିଶନର କେତେକ ଗୁରୁତ୍ବପୂର୍ଣ ଘୋଷଣା କରିଛନ୍ତି । ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ମଦ,ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଓ ମଦ୍ୟପାନ ଉପରେ କଟକଣା ଲାଗୁ କରାଯାଇଛି । ଭୋଟ ହେବାର ୪୮ ଘଣ୍ଟା ପୂର୍ବ ସମୟ ଠାରୁ ଗୋଟିଏ ଦିନ ପରଯାଏଁ ମଦ ଉପରେ ନିଶେଧାଦେଶ ଲାଗୁ କରାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନ ମାନଙ୍କରେ ମଧ୍ୟ ସମାନ କଟକଣା ଜାରି କରାଯାଇଛି ।

election commissioner

ଆସନ୍ତା ଫେବୃଆରୀ ୧୬୫ ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରିବା ନିମନ୍ତେ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ଵାରୋପ କରିଛନ୍ତି । ଭୋଟ ଦେବା ପାଇଁ ସବୈତନିକ ଛୁଟି ମଧ୍ୟ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ। ଫେବୃୟାରୀ ୧ ତାରିଖରୁ ମାର୍ଚ୍ଚ ୧୪ ତାରିଖ ଯାଏଁ ଏହି କଟକଣା ଲାଗୁ କରାଯିବ ।

ରାଜ୍ୟରେ 6794ଟି ପଞ୍ଚୟତରେ ହେବ ନିର୍ବାଚନ:

ରାଜ୍ୟରେ ମୋଟ୍ 91,913 ଟି ୱାର୍ଡରେ ନିର୍ବାଚନ ହେବ । 6794 ଟି ପଞ୍ଚାୟତରେ ସରପଞ୍ଚ, 6793 ପଞ୍ଚାୟତ ସମିତି ସଭ୍ୟ ପାଇଁ ଏବଂ 853 ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ । 433 ଜିଲ୍ଲା ପରିଷଦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ନିର୍ବାଚନ ସରିବା ପରେ ବ୍ଲକରେ ହେବ ଭୋଟ୍ ଗଣତି । ମୋଟ୍ ତିନୋଟି ପର୍ଯ୍ୟାୟରେ ହେବ ଭୋଟ୍ ଗଣତି । ମୋଟ 2 କୋଟି 79 ଲକ୍ଷ 35 ହଜାର 520ଜଣ ମତଦାତା ଭୋଟ୍ ଦେଇପାରିବେ । କୋଭିଡ୍ ମହାମାରୀକୁ ଦୃଷ୍ଚିରେ ରଖି କଟକଣା କଡ଼ାକଡ଼ି କରାଯାଇଛି । ନିର୍ବାଚନ ପ୍ରଚାର ପାଇଁ କୌଣସି ରାଲି, ସମାବେଶ, ସମ୍ମିଳନୀକୁ ମିଳିବନି ଅନୁମତି । କେବଳ ପାଞ୍ଚ ଜଣଙ୍କୁ ନେଇ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିପାରିବେ । ଡଜିଟାଲ୍ ମୋଡ୍ କିମ୍ବା ଭର୍ଚୁଆଲ୍ ମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାର କରିବାକୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+