ପଞ୍ଚାୟତ ନିର୍ବାଚନ ୨୦୨୨: ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ କରିବେ ୬୦ ଲକ୍ଷ ଭୋଟର, କୋଟିଆରେ ଆଜି ହେଉଛି ଭୋଟ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଦ୍ଵିତୀୟ ପର୍ଯ୍ୟାୟ ଭୋଟିଂ । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ ଟି ବ୍ଲକର ୧୫୧୪ଟି ଗ୍ରାମ ପଞ୍ଚାୟତାରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ ପଡିବ ଭୋଟ । ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ୨୦୪୩୬ଟି ବୁଥରେ ୬୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ଚାଲିବ ।

ପଞ୍ଚାୟତ ନିର୍ବାଚନ

ଆଜି ୧୮୬ଟି ଜିଲ୍ଲା ପରିଷଦ ଜୋନରେ ୭୪୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି ଏହି ପର୍ଯ୍ୟାୟରେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେତେକ ସ୍ଥାନରେ ହିଂସା ଦେଖା ଦେଇଥିବା ପେରିପ୍ରେକ୍ଷୀରେ ଆଜି ବିଭିନ୍ନ ସଂବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା ବଢା ଯାଇଛି। ରାଜ୍ୟ ନିର୍ବାଚନ କମିଶନ ଏନେଇ ଓଡିଶା ପୁଲିସ ଡିଜିପିଙ୍କୁ ନିର୍ଦେଶ ଦେଇଥିଲେ।

ଆଜି କୋଟିଆ ପଞ୍ଚାୟତରେ ହେଉଛି ନିର୍ବାଚନ:

ଆଜି କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ମଧ୍ୟ ନିର୍ବାଚନ ହେଉଛି। ଗ୍ରାମ ପଞ୍ଚାୟତରେ ପ୍ରାୟ ୫୬୦୦ ଭୋଟର ଦେବେ ଭୋଟ। ଏଥିପାଇଁ ପୂର୍ବରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। କୋଟିଆ ଗ୍ରାମ ପଞ୍ଚାୟତରେ ଆନ୍ଧ୍ରର ଅନଧିକାର ପ୍ରବେଶ ବିରୋଧରେ ରାଜ୍ୟ ସରକାର ପ୍ରତିବାଦ କରିବା ସହ ସମ୍ପୃକ୍ତ ଆଞ୍ଚଳର ବିକାଶ ପାଇଁ ଏକାଧିକ ପ୍ରଚେଷ୍ଟା କରିଛନ୍ତି। ନିର୍ବାଚନ ପରିପ୍ରେକ୍ଷୀରେ ନିଯୋଜିତ ହୋଇଛନ୍ତି ୫ ପ୍ଲାଟୁନ ପୋଲିସ ଫୋର୍ସ।

ଆଜି ମଧ୍ୟ ଭୋଟ ବର୍ଜନ:

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦେଖାଦେଇଥିଲା କେତେକ ପଞ୍ଚାୟତରେ ସାମୁହିକ ଭୋଟ ବର୍ଜନ ଭଳି ପରିସ୍ଥିତି। ଆଜି ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ନବରଙ୍ଗପୁର ଜିଲ୍ଲାର ଦୁଇଟି ପଞ୍ଚାୟତରେ ଭୋଟରମାନେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। କେତେକ ଗ୍ରାମରେ ଆଞ୍ଚଳିକ ସମସ୍ଯା ନେଇ ଗ୍ରାମବାସୀ ବିଷଦଗାର କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+