Get Updates
Get notified of breaking news, exclusive insights, and must-see stories!

ପଞ୍ଚାୟତ ନିର୍ବାଚନ ୨୦୨୨: ମୈଦାନରେ ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀ !

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଯାଞ୍ଚ । ତେବେ ଯାଞ୍ଚ ବେଳେ ୮ ହଜାର ୬୪୮ ନାମାଙ୍କନ ପତ୍ର ଖାରାଜ ହୋଇଛି । ଏବେ ସୁଦ୍ଧା ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀ ପତ୍ର କାଏମ ରହିଛି ।

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଯାଞ୍ଚ । ତେବେ ଯାଞ୍ଚ ବେଳେ ୮ ହଜାର ୬୪୮ ନାମାଙ୍କନ ପତ୍ର ଖାରାଜ ହୋଇଛି । ଏବେ ସୁଦ୍ଧା ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀ ପତ୍ର କାଏମ ରହିଛି ।

 panchayat election

ତେବେ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି। ସେହି ୨୫ ତାରିଖରେ ହିଁ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଅର୍ଥାତ ସେହିଦିନ ହିଁ ସ୍ପଷ୍ଟ ହେବ, ରଣାଙ୍ଗନରେ କେତେ ପ୍ରାର୍ଥୀ ଓ ପ୍ରାର୍ଥିନୀ ରହିଲେ।

ତେବେ ସରପଞ୍ଚ ପଦ ପାଇଁ ୩୨ ହଜାର ୮୬୦ ପ୍ରାର୍ଥୀପତ୍ର କାଏମ ରହିଛି । ସେହିଭଳି ପଞ୍ଚାୟତ ସମିତି ପାଇଁ ୨୭ ହଜାର ୩୪ ପ୍ରାର୍ଥୀପତ୍ର ଓ ୱାର୍ଡସଭ୍ୟ ପାଇଁ ୧ ଲକ୍ଷ ୫୬ ହଜାର ୭୫୩ ପ୍ରାର୍ଥୀପତ୍ର କାଏମ ରହିଛି ।

ସେହିପରି ଜିଲ୍ଲା ପରିଷଦ ପଦବୀ ପାଇଁ ୩ ହଜାର ୭ ଶହ ୬୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଛ। ଅନ୍ୟପକ୍ଷରେ ନାକଚ ହୋଇଥିବା ୮୬୪୮ ପ୍ରାର୍ଥୀପତ୍ର ମଧ୍ୟରୁ ୧୭୫୩ ସରପଞ୍ଚ, ୧୧୧୯ ସମିତି ସଦସ୍ୟ ଏବଂ ୨୩୨ ଜିଲ୍ଲା ପରିଷଦ ପ୍ରାର୍ଥିପତ୍ର ରହିଛି।

ଆସନ୍ତା ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮,୨୦,୨୨ ଓ ୨୪ ତାରିଖରେ ହେବ। ସେହିପରି ଫେବୃଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ। ଭୋଟଗଣତି ସମାପ୍ତ ସହ ଫେବୃଆରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ।

ସୂଚନାଯୋଗ୍ୟ, ଚଳିତଥର ତ୍ରିସ୍ତରୀୟ ପଂଚାୟତରେ ମୋଟ ୯୧୯୧୩ଜଣ ୱାର୍ଡମେମ୍ବର, ୬୭୯୪ଜଣ ସରପଂଚ, ୬୭୯୩ଜଣ ପଂଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+