ସ୍ଥଗିତ ରହିଲା ପଞ୍ଚାୟତ ଉପ ନିର୍ବାଚନ; ମୌସୁମୀ ପାଇଁ ସ୍ଥଗିତ ରଖିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି

ସ୍ଥଗିତ ରହିଲା ପଞ୍ଚାୟତ ଉପ ନିର୍ବାଚନ । ମୌସୁମୀ ପାଇଁ ସ୍ଥଗିତ ରଖିବାକୁ ରାଜ୍ୟ କମିଶନ ନିଷ୍ପତ୍ତି ନେଇଛନ୍ତି । ୧ହଜାର ୧୩୧ଟି ଖାଲି ପଦ ପୂରଣ ପାଇଁ ବାହାରି ଥିବା ବିଜ୍ଞପ୍ତି ରଦ୍ଦ ହୋଇଛି । ଜିଲ୍ଲା ଅଧିକାରୀ ଏବଂ ଆଶାୟୀ ପ୍ରାର୍ଥୀମାନେ ମୌସୁମୀ ପାଇଁ ଉପ-ନିର୍ବାଚନକୁ ଘୁଞ୍ଚାଇବାକୁ କହିଥିଲେ । ଏଥର ମୌସୁମୀ ସଅଳ ଆସିବାର ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପରବର୍ତ୍ତୀ ସମୟରେ ନୂଆ ତାରିଖ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ।

୨୦ଜିଲ୍ଲାର ୪୩ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । ବିଶେଷକରି ଗଞ୍ଜାମ, ବଲାଙ୍ଗୀର, କନ୍ଧମାଳ, କେନ୍ଦ୍ରାପଡା, ମୟୁରଭଞ୍ଜର ସର୍ବାଧିକ ପଂଚାୟତରେ ଭୋଟ ହେବ । ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଯାଜପୁର ଧର୍ମଶାଳା ବ୍ଲକର ଦୁଇଟି ପଞ୍ଚାୟତରେ ଭୋଟ ପଡ଼ିବ । ଗଞ୍ଜାମର ଜଗନ୍ନାଥପ୍ରସାଦ, କବିସୂର୍ଯ୍ୟନଗର, ଶେରଗଡ଼ ଓ ସୋରଡା ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନରେ ବିଜେଡିର ଦବଦବା ରହିଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ବିଜେଡି ପୋଛି ହୋଇଯିବା ପରେ ଏବେ ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।

Panchayat by elections postponed

କେନ୍ଦ୍ରାପଡା, ବଲାଙ୍ଗୀର ,କନ୍ଧମାଳ ଓ ମୟୁରଭଞ୍ଜରେ ବି ଅଳ୍ପ ବହୁତେ ସମାନ ସ୍ଥିତି । ତେଣୁ ବିଜେଡିକୁ ମାତ୍ ଦେଇ ବିଜେପି ଉପନିର୍ବାଚନ ଜିତିବାକୁ ଉଦ୍ୟମ କରିବ । ପଞ୍ଚାୟତ ଉପନିର୍ବାଚନ ସ୍ଥାନୀୟ ବିଧାୟକଙ୍କ ଲୋକପ୍ରିୟତାର ପ୍ରମାଣ ଦେବ । ସେମାନଙ୍କ ଉପରେ ଦାୟିତ୍ୱ ରହିବ ଅଧିକରୁ ଅଧିକ ପ୍ରାର୍ଥୀ ଜିତାଇବା । ଧର୍ମଶାଳାରେ ପଞ୍ଚାୟତ ନିର୍ବାଚନରେ ବିଜେଡି ଜିତିଥିଲା । କିନ୍ତୁ ଏବେ ପରିବର୍ତ୍ତିତ ପରିସ୍ଥିତି ଏହି ଉପନିର୍ବାଚନ ସ୍ୱାଧୀନ ବିଧାୟକ ହିମାଂଶୁ ସାହୁଙ୍କ ପାଇଁ ଏସିଡ୍‌ ଟେଷ୍ଟ ହେବାକୁ ଯାଉଛି ।

ଜୁନ ମାସରେ ସରକାରକୁ ବର୍ଷେ ପୁରିବାକୁ ଯାଉଛି । ତେଣୁ ପଞ୍ଚାୟତ ଉପନର୍ବାଚନ ଶାସକ ବିଜେପି ପାଇଁ ବଡ ଅଗ୍ନିପରୀକ୍ଷା ହେବ । କାରଣ ବର୍ଷକ ପରେ ସରକାର ଲୋକଙ୍କ ଆସ୍ଥା ଭାଜନ ହୋଇଛି ତାହା ଜଣାପଡ଼ିବ । ଅନ୍ୟପଟେ ବିଜେଡି ପ୍ରଥମ ଥର ଲାଗି ବିରୋଧୀ ଆସନରେ ରହି ପଞ୍ଚାୟତ ଉପନିର୍ବାଚନ ଲଢ଼ିବ । ପିସିସି ସଭାପତି ଭାବେ ଦାୟିତ୍ୱ ନେବା ପରେ ପିସିସି ସଭାପତି ଭକ୍ତ ଦାସଙ୍କ ପାଇଁ ଏହା ପ୍ରଥମ ପରୀକ୍ଷା ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+