Get Updates
Get notified of breaking news, exclusive insights, and must-see stories!

କାଲିଠୁ ଶ୍ରୀକ୍ଷେତ୍ରରେ ପଞ୍ଚକ ବ୍ରତ ଆରମ୍ଭ; ଏଥର ପାଞ୍ଚ ଦିନ ନୁହେଁ ୪ଦିନ ପଞ୍ଚକ ବ୍ରତ ହେବ

କାଲିଠୁ ଶ୍ରୀକ୍ଷେତ୍ରରେ ପଞ୍ଚକ ବ୍ରତ ଆରମ୍ଭ । ଆସନ୍ତାକାଲି କାର୍ତ୍ତିକ ମାସର ମହା ପଞ୍ଚକ ବ୍ରତ ଆରମ୍ଭ ହେବାକୁ ଯାଉଛି । ଏଥର ପାଞ୍ଚ ଦିନ ନୁହେଁ ୪ଦିନ ପଞ୍ଚକ ବ୍ରତ ହେବ । ପଞ୍ଚକରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

କେବଳ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ କରି ଅନ୍ୟ ଦ୍ଵାରରେ ପ୍ରସ୍ଥାନ କରିପାରିବେ। ମାର୍କେଟ ଛକ ନିକଟରୁ ସ୍ୱତନ୍ତ୍ର ବାରିକେଡ କରାଯାଇଛି । ଶ୍ରଦ୍ଧାଳୁମାନେ ବାରିକେଡ ଦେଇ ସିଂହଦ୍ଵାରରେ ପ୍ରବେଶ କରିବେ । ଭିଡ ନିୟନ୍ତ୍ରଣ ଲାଗି ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।୫ ନୁହେଁ ଏଥର ୪ ଦିନ ପଞ୍ଚକ । ତିଥି କ୍ଷୟ ଯୋଗୁଁ ଚତୁର୍ଦ୍ଧଶୀରେ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ରାସ ପୂର୍ଣ୍ଣମୀରେ ହେବ ଦୁର୍ଲଭ ରାଜରାଜେଶ୍ବର ବେଶ । ଏବେଠୁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି । ଶୃଙ୍ଖଳିତ ଦର୍ଶନ ପାଇଁ ମରଚିକୋଟ ଛକରୁ ବ୍ୟାରିକେଡ ବ୍ୟବସ୍ଥା ।

କାର୍ତ୍ତିକରେ ବି ଅଡୁଆ । ଏଥର ୪ ଦିନ ହେବ ପଞ୍ଚକ ବ୍ରତ। ଚଳିତ ବର୍ଷ ପଞ୍ଚକ ତିଥି କ୍ଷୟ ଯୋଗୁଁ ଚତୁର୍ଦ୍ଧଶୀରେ ହେବାକୁ ଥିବା ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ତେବେ ୧୫ ତାରିଖରେ ପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କର ଦୁର୍ଲ୍ଲଭ ରାଜରାଜେଶ୍ୱର ଅର୍ଥାତ ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୁଡାନ୍ତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମରିଚିକୋଟ ଛକ ନିକଟରୁ କରାଯାଇଛି ବ୍ୟାରିକେଡ।

୫ ନୁହେଁ, ଏଥର ୪ ଦିନ ପଞ୍ଚକ। ଲକ୍ଷ୍ମୀ-ନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ଚଳିତ ମାସରେ ଚତୁର୍ଦ୍ଧଶୀ କ୍ଷୟ ରହୁଥିବାରୁ ପଞ୍ଚକ ୫ ଦିନ ପରିବର୍ତ୍ତେ ୪ ଦିନ ହେବ। ଚତୁର୍ଦଶୀରେ ହେବାକୁ ଥିବା ଲକ୍ଷ୍ମୀ ନୃସିଂହ ବେଶ ହେବନାହିଁ। କାର୍ତ୍ତିକ ଏକାଦଶୀ ବା ବଡ଼ ଏକାଦଶୀରୁ ଆରମ୍ଭ ହେବ ପଞ୍ଚକ। ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିବେ ଭକ୍ତ। ୧୩ ତାରିଖରେ ଗରୁଡ ଦ୍ୱାଦଶୀରେ ବାଙ୍କଚୁଡା ବେଶ , ୧୪ ତାରିଖ ପଂଚକର ତୃତୀୟ ଦିନରେ ତ୍ରିବ୍ରିକ୍ରମ ବେଶ ଓ ୧୫ ତାରିଖ ରାସ ପୁର୍ଣ୍ଣିମାରେ ଦୁର୍ଲଭ ରାଜ ରାଜେଶ୍ୱର ବେଶ ଦର୍ଶନ କରିବେ ଭକ୍ତ । ତେଣୁ ଏବେଠୁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି ।

ବିଶ୍ୱାସ ରହିଛି କାର୍ତ୍ତିକ ମାସ ସାରା ବ୍ରତ ରଖି ଯେତିକି ପୁଣ୍ଯ ମିଳେ, ପଞ୍ଚୁକ ପାଞ୍ଚଦିନରେ ବ୍ରତ ରଖିଲେ ତାଠୁ ଅଧିକ ପୁଣ୍ଯ ମିଳିଥାଏ। ହବିଷ୍ୟାଳୀମାନେ କିଭଳି ଭାବେ ପଂଚକରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶେଷ କରି ହବିଷ୍ୟାଳୀ ଓ ବୟସ୍କ ଭକ୍ତଙ୍କୁ ନେଇ ଠାକୁରଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରାଯିବ। ଶୃଙ୍ଖଳିତ ଦର୍ଶନ ଲାଗି ମରଚିକୋଟ ଛକରୁ ଅସ୍ଥାୟୀ ବ୍ୟାରିକେଡ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୩୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+