ପଣା ସଂକ୍ରାନ୍ତି ପାଳନ ହେବା ନେଇ ଦୂର ହେଲା ଦ୍ୱନ୍ଦ୍ୱ; ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି

ଦୂର ହେଲା ଦ୍ୱନ୍ଦ୍ୱ । ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି । ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭା ମୋହର ମାରିଛି । ଅନ୍ୟ କିଛି ଗଣନାକାରୀ ୧୩ ତାରିଖ ସଂକ୍ରାନ୍ତି ନେଇ କହିଥିବା ବେଳେ ତାହା କିନ୍ତୁ ଗ୍ରହଣ ହୋଇ ନ ଥିବା ଜଣାଯାଇଛି ।

ଆଗାମୀ ପଣାସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନୂଆବର୍ଷ ପାଳନ ନିମନ୍ତେ ଏପ୍ରିଲ ୧୩ ନା ୧୪ କେଉଁ ତାରିଖରେ ମୋହର ବାଜିବ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ଗଣନାକାରମାନେ ଏହା ଉପରେ ବିସ୍ତୃତ ଗଣନା କରି ଏପ୍ରିଲ ୧୪ରେ ହିଁ ପଣା ସଂକ୍ରାନ୍ତି ହେବ ବୋଲି ସ୍ପଷ୍ଟ କରିଛନ୍ତି।

ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ୨୦୨୪-୨୫ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତି ତାରିଖକୁ ନେଇ ଦ୍ୱନ୍ଦ୍ୱ ଉଠିଥିଲା । ତେବେ ଏହି ଦ୍ୱନ୍ଦ୍ୱ ଦୂର ହୋଉଛି । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକ ବସିଥିଲା।

Pana Sankranti

ଏହି ବୈଠକ ଅନୁସାରେ ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି । ତେବେ ଅନ୍ୟ କିଛି ଗଣନାକାରୀ ୧୩ ତାରିଖ ସଂକ୍ରାନ୍ତି ନେଇ କହିଥିବା ବେଳେ ତାହା କିନ୍ତୁ ଗ୍ରହଣ ହୋଇ ନ ଥିବା ଜଣାଯାଇଛି । ଏହାବାଦ ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା, ନେତ୍ରୋତ୍ସବ, ନବଯୌବନ ବେଶ ବୋଲି ମୁକ୍ତି ମଣ୍ଡପ ପଣ୍ଡିତ ସଭା ବୈଠକରେ ସ୍ପଷ୍ଟ ହୋଇଛି।

ଚଳିତବର୍ଷ ଠାକୁରଙ୍କ ୧୩ ଦିନିଆ ଅଣସର ସହ ପଞ୍ଚୁକ ୫ଦିନ ବଦଳରେ ୪ ଦିନ ମଧ୍ୟ ପଡୁଛି । ଏଥିଯୋଗୁ ଆସନ୍ତା କାର୍ତ୍ତିକ ପଞ୍ଚୁକରେ ଲକ୍ଷ୍ମୀ ନୃସିଂହ ବେଶ ହେବ ନାହିଁ ବୋଲି ଦଇତାପତି ସେବକ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+