ପଣା ସଂକ୍ରାନ୍ତି: ଆଜିଠାରୁ ପ୍ରଚଳନ ହେବ ନୂଆ ଓଡ଼ିଆ ପଞ୍ଜିକା
ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି । ଆଜିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହେଉଥିବାରୁ ଘରେ ଘରେ ଦେବାଦେବୀଙ୍କ ପୂଜା, ଭୋଗ, ହୋମ ଆଦି ଅନୁଷ୍ଠିତ ହୋଇଥାଏ। ଆଜି ଠାରୁ ନୂଆ ଓଡ଼ିଆ ପଞ୍ଜିକା ପ୍ରଚଳନ ହେବ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ଶୁଭାରମ୍ଭ ହେବ। ପଣା ସଂକ୍ରାନ୍ତିକୁ ଓଡ଼ିଶାବାସୀ ଭିନ୍ନ ଭିନ୍ନ ନାମରେ ପାଳନ କରିଥାନ୍ତି । ଦକ୍ଷିଣ ଓଡ଼ିଶାରେ ଝାମୁଯାତ, ମେରୁଯାତ ଏବଂ ଉତ୍ତର ଓଡ଼ିଶାରେ ଚଡ଼କ ପର୍ବ ବେଶ୍ ଧୁମଧାମ୍ରେ ପାଳିତ ହୁଏ । ଦଣ୍ଡପାଟୁଆ ମାନେ ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁରେ ଚାଲିଥାନ୍ତି। ଏସବୁ ସହିତ ଆଜି ହେଉଛି ମହାବୀର ହନୁମାନଙ୍କ ଜୟନ୍ତୀ ।

ଓଡିଆ ନବ ବର୍ଷ ଅବସରରେ ଗତକାଲି ମହାପ୍ରଭୁଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଓଡ଼ିଶା ବାସୀଙ୍କ ମଙ୍ଗଳ ଓ ଉନ୍ନତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୁଖ୍ୟମନ୍ତ୍ରୀଙ୍କ ସହ ଆଇନମନ୍ତ୍ରୀ ଓ ରାଜସ୍ବମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ମଧ୍ୟ ଆସିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସନର ନୁଆ ଓଡ଼ିଆ ବର୍ଷର ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସେବାୟତ, ମୁଖ୍ୟ ପ୍ରଶାସକ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିଥିଲେ ।
ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମା ବିମଳା, ଲକ୍ଷ୍ମୀ ଙ୍କୁ ଦର୍ଶନ କରିବା ପରେ ବେଢ଼ା ପରିକ୍ରମା କରି ଦୀପ ଲଗାଇ ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ପରେ କିଛି ସମୟ ବାଇଶି ପାହାଚରେ ବସି ମହାପ୍ରଭୂ ଙ୍କୁ ସ୍ମରଣ କରିଥିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହ ଆସିଥିବା ମନ୍ତ୍ରୀଗଣ। ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସନର ନୁଆ ଓଡିଆ ବର୍ଷ ର ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରକୁ ଆସିଥିବା ଭକ୍ତ ଙ୍କୁ ହାତ ଦେଖାଇ ଅଭିବାଦନ କରିଥିଲେ। ଏହାକୁ ନେଇ ଭକ୍ତ ମହଲରେ ବେଶ ଉତ୍ସାହ ଖେଳି ଯାଇଥିଲା।












Click it and Unblock the Notifications