ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ଲଗାଯିବ ତାଳ ଗଛ; ଏ ବର୍ଷ ୫ରୁ ୬ କୋଟି ଟଙ୍କାର ତାଳ ଗଛ ଲଗାଇବାକୁ ନିଷ୍ପତ୍ତି

ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ଲଗାଯିବ ତାଳ ଗଛ । ଏନେଇ ପଦକ୍ଷେପ ନିଆଯାଇଥିବା କହିଲେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ପୂର୍ବ ବର୍ଷ ୨୦ ଲକ୍ଷ ଗଛ ଲଗାଯାଇ ଟାର୍ଗେଟ୍‌କୁ ପୂରଣ କରାଯାଇଛି । ଏ ବର୍ଷ ୫ରୁ ୬ କୋଟି ଟଙ୍କାର ତାଳ ଗଛ ଲଗାଇବାକୁ ନିଷ୍ପତ୍ତି।

ବାଲେଶ୍ବରରେ ଓ ମୟୂରଭଞ୍ଜରେ ବଜ୍ରପାତ ପ୍ରାଣଘାତୀ ସାଜୁଛି । ଗତ ୫ ବର୍ଷ ମୟୂରଭଞ୍ଜର ସର୍ବାଧିକ ଲୋକ ଜୀବନ ହରାଇଛନ୍ତି । ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ତାଳଗଛ ଲଗାଇବା ନେଇ ସ୍ବତନ୍ତ୍ର ଯୋଜନା କରିଥିବା ବେଳେ ତାହା ପଛେଇ ଯାଇଛି ।

ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ତଥ୍ୟ ଅନୁସାରେ; ୨୦୨୦ରୁ ୨୦୨୫ ମସିହା ମଧ୍ୟରେ ବାଲେଶ୍ବରରେ ବଜ୍ରାଘାତ ଯୋଗୁ ରାଜ୍ୟର ଦ୍ବିତୀୟ ସର୍ବାଧିକ ୧୧୦ ଜଣଙ୍କ ଜୀବନ ଯାଇଛି । ସେହିପରି ମୟୂରଭଞ୍ଜରେ ବଜ୍ରାଘାତଜନିତ ମୃତ୍ୟୁ ସଂଖ୍ୟା ରହିଛି ୧୩୪, ଯାହା ରାଜ୍ୟରେ ସର୍ବାଧିକ। ଉପରୋକ୍ତ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ଦର୍ଶାଯାଇଥିବା ବେଳେ ପ୍ରକୃତ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି ।

Palm trees to be planted to prevent lightning

ବଜ୍ରପାତ ସାଧାରଣତଃ ଉଚ୍ଚସ୍ଥାନରେ ହୋଇଥାଏ। ଏପରି ସମୟରେ ଜୀବନ ହାନି ଓ କ୍ଷୟକ୍ଷତି ନ ହେବା ଦିଗରେ ଉଚ୍ଚ ତାଳ ଓ ନଡ଼ିଆଗଛ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ସରକାର ୨୦୧୮ ମସିହାରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅଧିକରୁ ଅଧିକ ତାଳଗଛ ଲଗାଇବା ପାଇଁ ଯୋଜନା କରିଥିଲେ। ହେଲେ କିଛି କାମ ହେଲାନି। ତେଣୁ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ତାଳଗଛ ଲଗାଇବା ପାଇଁ ବନ ବିଭାଗକୁ ପୁଣି ନିର୍ଦ୍ଦେଶ ଦେଲେ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୭.୫୯ କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କଲେ। ଏଥର ବି ନିର୍ଦ୍ଦେଶ ଠିକ୍‌ ଭାବେ ପାଳନ ହେଲାନି। ବାଲେଶ୍ବର ଜିଲ୍ଲାରେ ଏଯାଏଁ ମାତ୍ର ୧ ହଜାର ତାଳଚାରା ରୋପଣ କରାଯାଇଛି। ଯାହା ରାଜ୍ୟରେ ସର୍ବନିମ୍ନ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ସୂଚନାରୁ ସ୍ପଷ୍ଟ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+