ପଳାଶୁଣି ସିରିଜ ଦୁର୍ଘଟଣା: ଟ୍ରକ୍ ଡ୍ରାଇଭରକୁ ଗିରଫ କଲା ପୋଲିସ
ଭୁବନେଶ୍ୱର ପଳାଶୁଣି ଛକରେ ହୋଇଥିବା ସିରିଜ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ଟ୍ରକ୍ ଡ୍ରାଇଭରକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ ।
ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣି ଛକରେ ହୋଇଥିବା ସିରିଜ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ଟ୍ରକ୍ ଡ୍ରାଇଭରକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଜିଲ୍ଲାର ସୌଭାଗ୍ୟ ପାତ୍ର । ଅଭିଯୁକ୍ତକୁ ବେଗୁନିଆରୁ ଗିରଫ କରିଛି ପୋଲିସ ।

ପୋଲିସ ଆଗରେ ଦୁର୍ଘଟଣା କରିଥିବା ନେଇ ସ୍ୱୀକାର କରିଛି ଡ୍ରାଇଭର । ଅସାବଧାନତା ଓ ବେପାରୁଆ ଗାଡ଼ି ଚାଳନା ପାଇଁ ଘଟିଛି ଏହି ଦୁର୍ଘଟଣା ।
ହାଇୱା ଚଳାଇବା ବେଳେ ଅନ୍ୟ ମନସ୍କ ଥିଲି । ତେଣୁ କାର ଦେଖିପାରି ନଥିଲି । ଦୁର୍ଘଟଣାସ୍ଥଳରେ ଗଡ଼ାଣି ଥିଲା, ସେଥିପାଇଁ ସ୍ପିଡକୁ ନିୟନ୍ତ୍ରଣ କରିପାରିଲି ନାହିଁ । ଫଳରେ ବ୍ରେକ୍ ମାରିବା ସତ୍ୱେ ଗାଡ଼ି ଅଟକିନଥିବା ପୋଲିସ୍ ଆଗରେ କହିଛି ଅଭିଯୁକ୍ତ ଡ୍ରାଇଭର୍ ।
ତେବେ ଏହି ଗାଡିଟି ଏଲ.ଜି କନଷ୍ଟ୍ରକସନର ଗାଡି ବୋଲି ଜାଣିବାକୁ ପାଇଛି ପୋଲିସ । ଜବତ ହୋଇଥିବା ଗାଡିର କାଗଜ ପତ୍ର ଠିକ୍ ଥିବା ଜଣାପଡ଼ିଛି ।
ପୋଲିସ ତଦନ୍ତ ସମୟରେ ସ୍ପଷ୍ଟ କରିଛି କି ଗାଡି ଓଭର ଲୋଡ ରହିଥିଲା । ତେବେ ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କହିଛି ପୋଲିସ ।












Click it and Unblock the Notifications