ଓଡ଼ିଶା ଛାଡିଲେ ପାକିସ୍ତାନୀ ମହିଳା

ଓଡ଼ିଶା ଛାଡିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ । ୨୦୨୪ରେ ନଗମାଙ୍କ ଦୀର୍ଘ ମିଆଦୀ ଭିସା ଅବଧି ସରିଥିଲା । ସେ ଏକ୍ସିଟ୍ ପରମିଟ୍ ଆବେଦନ କରିଥିଲେ । ଅତଙ୍କୀ ଆକ୍ରମଣ ପରେ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ ନୋଟିସ୍ ଦିଆଯାଇଥିଲା । ନୋଟିସ୍ ପରେ ସେ ଭୁବନେଶ୍ୱର ଛାଡିଛନ୍ତି ।

Pakistani

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ନୋଟିସ୍ ଜାରି ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷ୍ମୀସାଗର ଥାନା ବିଜେବି ନଗରରେ ରହୁଥିବା ୫୩ ବର୍ଷୀୟ ନଗମା ୟୁସୁଫ୍‌ଙ୍କୁ ମଧ୍ୟ ପୋଲିସ ନୋଟିସ୍‌ ଜାରି କରିଥିଲା । ଭାରତ ଛାଡ଼ି ତୁରନ୍ତ ପାକିସ୍ତାନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୋଟିସ୍‌ ପାଇବା ପରେ ନଗମା ପାକିସ୍ତାନ ଯିବାକୁ ପ୍ରସ୍ତୁତ ହୋଇଛନ୍ତି ।

୧୯୭୧ରେ ପାକିସ୍ତାନରେ ନଗମାଙ୍କ ଜନ୍ମ । ନଗମାଙ୍କ ପରିବାରର କିଛି ସଦସ୍ୟ ଦୁବାଇରେ କାମ କରୁଥିଲେ । ଦୁବାଇରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ ବିଜେବି ନଗରରେ ରହୁଥିବା ମହମ୍ମଦ ନିଜାରୁଦ୍ଦିନ । ସେଠାରେ ତାଙ୍କ ପରିବାର ଲୋକଙ୍କ ସହ ୨୦୦୫ରେ ପରିଚୟ ହୋଇଥିଲା । ନିଜାରୁଦ୍ଦିନଙ୍କର ଅଳ୍ପଦିନ ମଧ୍ୟରେ ନଗମାଙ୍କ ପରିବାର ଲୋକଙ୍କ ସହ ଉତ୍ତମ ସମ୍ପର୍କ ଗଢ଼ି ଉଠିଥିଲା ।

ନଗମା ୨୦୦୭ରେ ଦୁବାଇ ଆସିଥିଲେ । ସେଠାରେ ନିଜାରୁଦ୍ଦିନ ସହ ତାଙ୍କର ଦେଖା ହୋଇଥିଲା । ପ୍ରଥମେ ଦେଖାରେ ନିଜାରୁଦ୍ଦିନଙ୍କ ସହ ପ୍ରେମ ହୋଇଥିଲା । ଉଭୟ ବାହା ହେବାକୁ ମନସ୍ଥ କରି ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ୨୦୦୮ରେ ଉଭୟଙ୍କ ବାହାଘର ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+