ବଲାଙ୍ଗୀରରେ ପାକିସ୍ତାନୀ ମହିଳା
Odisha News: ବଲାଙ୍ଗୀରରେ ରହୁଥିବା ପାକିସ୍ତାନୀ ମହିଳା ସାରଦା ବାଇଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ । ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି । ପାକିସ୍ତାନୀ ମହିଳା ସାରଦା ବାଇଙ୍କ ଭିସା ରଦ୍ଦ କରାଯିବା ସହ ତୁରନ୍ତ ପାକିସ୍ତାନ ପଳାଇ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ନିର୍ଦ୍ଦେଶ ନ ମାନିବେ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦିଆଯାଇଛି । ବଲାଙ୍ଗିର ଟାଉନ୍ ଥାନା ଠିକାଦାରପଡ଼ାରେ ରହୁନ୍ତି ସାରଦା ବାଇ ।

ସୂଚନା ଅନୁସାରେ, ସାରଦା କୁକ୍ରେଜା ନାମକ ଜଣ ମହିଳା ୧୯୭୨ ମସିହାରୁ ସେ ଏପର୍ଯ୍ୟନ୍ତ ପାକିସ୍ତାନୀ ନାଗରିକତ୍ୱରେ ରହି ଆସୁଛନ୍ତି । ୧୯୯୧ରୁ ତାଙ୍କର ପାସପୋର୍ଟ ଅବଧି ସରି ଯାଇଛି । ୧୯୭୨ରେ ସାରଦା ପାକିସ୍ତାନ ଛାଡି ଦିଲ୍ଲୀ ଆସିଥିଲେ । ଏହାପରେ ସେ କୋରାପୁଟ୍ ଆସିବ ବିବାହ କରିଥିଲେ ପରେ ବ୍ୟବସାୟ କରିବା ପାଇଁ ସେ ବଲାଙ୍ଗିର ଆସିଥିଲେ । ହେଲେ ଏତେ ବର୍ଷ ରହିବା ପରେ ମଧ୍ୟ ସାରଦା ଭାରତୀୟ ନାଗରିକତ୍ୱ ଗ୍ରହଣ କରି ନାହାଁନ୍ତି । ହେଲେ ପହଲଗାମ ଆକ୍ରମଣ ପରେ ସମସ୍ତ ପାକିସ୍ତାନୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications