ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ପାକିସ୍ତାନ ଲିଙ୍କ୍, ପାକିସ୍ତାନରେ ରହସ୍ୟମୟୀ ଖୋଲିଥିଲା ୪ ଆକାଉଣ୍ଟ
ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ଆସିଲା ପାକିସ୍ତାନ ଲିଙ୍କ୍ । ରହସ୍ୟମୟୀ ଯୁବତୀଙ୍କ ଆଇଏସଆଇ ଲିଙ୍କ ଥିବା ସନ୍ଦେହ । ପାକିସ୍ତାନରୁ ଅପରେଟ୍ କରୁଥିବା ଆଇଏସଆଇ ଲିଙ୍କ ଥିବା ସନ୍ଦେହ କରାଯାଉଛି ।
ଭୁବନେଶ୍ୱର: ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ଆସିଲା ପାକିସ୍ତାନ ଲିଙ୍କ୍ । ରହସ୍ୟମୟୀ ଯୁବତୀଙ୍କ ଆଇଏସଆଇ ଲିଙ୍କ ଥିବା ସନ୍ଦେହ । ପାକିସ୍ତାନରୁ ଅପରେଟ୍ କରୁଥିବା ଆଇଏସଆଇ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଚିହ୍ନଟ ହୋଇଥିବା ୭ଟି ଫେସବୁକ ଆକାଉଣ୍ଟ ମଧ୍ୟରୁ ୪ଟି ସମ୍ପର୍କରେ ତଥ୍ୟ ମିଳିଛି । ୩ଟି ଇସଲାମବାଦ ଓ ଗୋଟିଏ ରାଓଲପିଣ୍ଡିର ଫେସବୁକ ଆଇଡି ବ୍ୟବହାର ହୋଇଥିଲା ।

ତେବେ ଲୋକେସନକୁ ଲୁଚାଇବାକୁ ପ୍ରକ୍ସି ଆଇପିର ବ୍ୟବହାର କରୁଥିଲା ରହସ୍ୟମୟୀ । ଯାହାଫଳରେ ରହସ୍ୟମୟୀଙ୍କ ଲୋକେସନ ବ୍ରିଟେନ ବୋଲି ଜଣାପଡୁଥିଲା । ତେବେ ଯାଞ୍ଚ ପରେ ରହସ୍ୟମୟୀ ପାକିସ୍ତାନରୁ ସମସ୍ତ ଆକାଉଣ୍ଟ ଅପରେଟ କରିବା ସହ ଗୁପ୍ତ ତଥ୍ୟ ନେଉଥିଲେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଜ ଏଡିଜି ।
ଏହାଛଡା ଏବେ ମଧ୍ୟ ରହସ୍ୟମୟୀଙ୍କ କିଛି ଆକାଉଣ୍ଟ ଆକ୍ଟିଭ ରହିଛି ଯେଉଁଥିରେ ଚାଟିଂ ମଧ୍ୟ କରାଯାଉଛି । କିଛି ମେସେଜ ଡିଲିଟ ମଧ୍ୟ ହୋଇଛି । ଯାଞ୍ଚ ଚାଲୁଥିବାରୁ କାହା ସହ ରହସ୍ୟମୟୀ ଚାଟ୍ କରୁଛନ୍ତି ସେ ବାବଦରେ କୌଣସି ସୂଚନା ଦେଇନାହାନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଏହାସହ ଟଙ୍କା କାରବାରର ଯାଞ୍ଚ ଚାଲିଛି ।












Click it and Unblock the Notifications