ବିଧାନସଭାରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ । ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ସମଗ୍ର ରାଜ୍ୟ ପାଳୁଛି ପଖାଳ ଦିବସ । ଏହି ଅବସରରେ ବିଧାନସଭାରେ ପଖାଳ ଦିବସ ପାଳିତ ହୋଇଛି । ବିଶ୍ବ ପଖାଳ ଦିବସରେ ପଖାଳର ମଜା ଉଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ମୁଖ୍ୟମନ୍ତ୍ରୀ, ବାଚସ୍ପତି ସୁରମା ପାଢୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ବିଧାୟକଙ୍କ ସହ ମିଶି ପଖାଳ ଖାଇଥିଲେ।

ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଶ୍ରୀ ମାଝୀ କହିଛନ୍ତି, ପଖାଳ ହେଉଛି ଆମ ଓଡ଼ିଆମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା। ପଖାଳ ଦିବସ ଅବସରରେ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ସମସ୍ତେ ମିଶି ଆମ ପାରମ୍ପରିକ ଖାଦ୍ୟ ପଖାଳର ଆନନ୍ଦ ନେବା ଓଡ଼ିଆତ୍ୱର ଏକ ସ୍ୱତନ୍ତ୍ର ଅନୁଭବ କରିଛି।

mohan majhi

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ଲାଗିଥାଏ। ପ୍ରକୃତରେ ଆମ ଓଡ଼ିଆ ପ୍ରାଣ ଏଇ ପଖାଳକୁ ନେଇ ଯୁଗଯୁଗ ଧରି ଆମ ଇତିହାସ ଓ ସାମାଜିକ ସହାବସ୍ଥାନ ସହ ଏକାକାର ହେଇଯାଇଛି। ମନ ନିର୍ମଳ ଓ ହୃଦୟ ଗଙ୍ଗାର ଆବେଗ ନେଇ ଆଗେଇ ଚାଲିଥିବା ଆମ ଓଡ଼ିଆ ଜାତି ପଖାଳକୁ ନେଇ ଗର୍ବିତ ହେବା ସହ ଓଡ଼ିଆତ୍ୱର ପରାକାଷ୍ଠା ଆଗକୁ ପ୍ରତିପାଦନ କରିପାରିବ, ଏ ବିଶ୍ୱାସ ଅଛି ଓ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+