ହାଣ୍ଡିଶାଳ ପଖାଳରେ ରହିଛି ପ୍ରତିରୋଧକ ଶକ୍ତି, କରିପାରିବ କରୋନାର ମୁକାବିଲା: ଏମ୍ସ ଡାକ୍ତର
ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଡକ୍ଟର ବାଲମୁରଗାନ୍ ରାମଦୋସ ଗବେଷଣା କରି ଏଭଳି କଥା କହିଛନ୍ତି ।
ଭୁବନେଶ୍ୱର: ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଡକ୍ଟର ବାଲମୁରଗାନ୍ ରାମଦୋସ ଗବେଷଣା କରି ଏଭଳି କଥା କହିଛନ୍ତି । ତାଙ୍କ କହିବା କଥା ହେଲା, ବାସି ପଖାଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରୋଗ ସହ ଲଢେଇ କରିବାରେ ସହାୟତା କରିଥାଏ । ରାତିରେ ପଖାଳ ହୋଇଥିବା ତୋରାଣିରେ ଭିଟାମିନ-ବି ୧୨, ଭିଟାମିନ-କେ ରହିଥାଏ । ଏହ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ସହାୟତା କରିଥାଏ ।
ତାଙ୍କ କହିବା ଅନୁଯାଇ, ରାତି ସମୟରେ ପାଣି ଏବଂ ଭାତର ମିଶ୍ରଣରେ ଅନେକ ଅଣୁଜୀବ ତିଆରି ହୁଏ। ଯେଉଁଥିରେ କି ଅନେକ ପ୍ରକାର କାର୍ବୋହାଇଡ୍ରେଟସ ତିଆରି ହୁଏ। ଯାହାକି ସର୍ଟ ଚେନ୍ ଫାଟି ଏସିଡ (ଏସସିଏଫଏ) ତିଆରି କରେ। ଯାହାକୁ ସାଧାରଣରେ ଆମେ ତୋରାଣି କହୁ। ଏମ୍ସ ଭୁବନେଶ୍ୱରର ବାୟୋକେମିଷ୍ଟ୍ରି ବିଭାଗର ମୁଖ୍ୟ ବଳମୁରୁଗାନ ରାମଦାସ ଏହି ଗବେଷଣା କରିଛନ୍ତି। ୨୦୧୯ପାଖରୁ ସେ ଏହାକୁ ନେଇ ଗବେଷଣା କରୁଥିବା କହିଛନ୍ତି।
ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଠି ଗରିବଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତେ ପଖାଳ ଖାଆନ୍ତି। ଏପରି ମହାପ୍ରଭୁଙ୍କ ପାଖରେ ପଖାଳ ଭୋଗ ଲାଗେ। ମହାମାରୀ କରୋନା ସମୟରେ ପଖାଳରେ ରୋଗପ୍ରତିରୋଧକାରୀ ଶକ୍ତି ଅଛି ବୋଲି ଗବେଷଣାରୁ ଜଣାପଡ଼ିଛି। ଏହା ନିଶ୍ଚିତ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ସାଧାରଣ ଲୋକଙ୍କ ପାଇଁ ପଖାଳ ସହଜରେ ଉପଲବ୍ଧ ହେଉଥିବାବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିବା ଆଶ୍ୱସ୍ତି ଆଣିଛି । ଜଣେ ଦିନକୁ ୫ ମିଲିଲିଟର ବାସି ତୋରାଣି ପିଇଲେ ଶରୀର ପାଇଁ ହିତକର ବୋଲି ଗବେଷଣାରୁ ଜଣାପଡିଛ । ଡକ୍ଟର ବାଲମୁରଗାନ୍ ରାମଦୋସ ଏମ୍ସରେ ଡିପାର୍ଟମେଂଟ ଅଫ ବାୟୋକେମଷ୍ଟ୍ରି ଆଡିସିନାଲ ପ୍ରଫେସର ଅଛନ୍ତି ।