ହାଣ୍ଡିଶାଳ ପଖାଳରେ ରହିଛି ପ୍ରତିରୋଧକ ଶକ୍ତି, କରିପାରିବ କରୋନାର ମୁକାବିଲା: ଏମ୍ସ ଡାକ୍ତର
ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଡକ୍ଟର ବାଲମୁରଗାନ୍ ରାମଦୋସ ଗବେଷଣା କରି ଏଭଳି କଥା କହିଛନ୍ତି ।
ଭୁବନେଶ୍ୱର: ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଡକ୍ଟର ବାଲମୁରଗାନ୍ ରାମଦୋସ ଗବେଷଣା କରି ଏଭଳି କଥା କହିଛନ୍ତି । ତାଙ୍କ କହିବା କଥା ହେଲା, ବାସି ପଖାଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରୋଗ ସହ ଲଢେଇ କରିବାରେ ସହାୟତା କରିଥାଏ । ରାତିରେ ପଖାଳ ହୋଇଥିବା ତୋରାଣିରେ ଭିଟାମିନ-ବି ୧୨, ଭିଟାମିନ-କେ ରହିଥାଏ । ଏହ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ସହାୟତା କରିଥାଏ ।

ତାଙ୍କ କହିବା ଅନୁଯାଇ, ରାତି ସମୟରେ ପାଣି ଏବଂ ଭାତର ମିଶ୍ରଣରେ ଅନେକ ଅଣୁଜୀବ ତିଆରି ହୁଏ। ଯେଉଁଥିରେ କି ଅନେକ ପ୍ରକାର କାର୍ବୋହାଇଡ୍ରେଟସ ତିଆରି ହୁଏ। ଯାହାକି ସର୍ଟ ଚେନ୍ ଫାଟି ଏସିଡ (ଏସସିଏଫଏ) ତିଆରି କରେ। ଯାହାକୁ ସାଧାରଣରେ ଆମେ ତୋରାଣି କହୁ। ଏମ୍ସ ଭୁବନେଶ୍ୱରର ବାୟୋକେମିଷ୍ଟ୍ରି ବିଭାଗର ମୁଖ୍ୟ ବଳମୁରୁଗାନ ରାମଦାସ ଏହି ଗବେଷଣା କରିଛନ୍ତି। ୨୦୧୯ପାଖରୁ ସେ ଏହାକୁ ନେଇ ଗବେଷଣା କରୁଥିବା କହିଛନ୍ତି।
ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଠି ଗରିବଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତେ ପଖାଳ ଖାଆନ୍ତି। ଏପରି ମହାପ୍ରଭୁଙ୍କ ପାଖରେ ପଖାଳ ଭୋଗ ଲାଗେ। ମହାମାରୀ କରୋନା ସମୟରେ ପଖାଳରେ ରୋଗପ୍ରତିରୋଧକାରୀ ଶକ୍ତି ଅଛି ବୋଲି ଗବେଷଣାରୁ ଜଣାପଡ଼ିଛି। ଏହା ନିଶ୍ଚିତ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ସାଧାରଣ ଲୋକଙ୍କ ପାଇଁ ପଖାଳ ସହଜରେ ଉପଲବ୍ଧ ହେଉଥିବାବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିବା ଆଶ୍ୱସ୍ତି ଆଣିଛି । ଜଣେ ଦିନକୁ ୫ ମିଲିଲିଟର ବାସି ତୋରାଣି ପିଇଲେ ଶରୀର ପାଇଁ ହିତକର ବୋଲି ଗବେଷଣାରୁ ଜଣାପଡିଛ । ଡକ୍ଟର ବାଲମୁରଗାନ୍ ରାମଦୋସ ଏମ୍ସରେ ଡିପାର୍ଟମେଂଟ ଅଫ ବାୟୋକେମଷ୍ଟ୍ରି ଆଡିସିନାଲ ପ୍ରଫେସର ଅଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications