କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ପଡ଼ିଲା ମହଙ୍ଗା, ଦୁଇ ଗିରଫ

କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ଘଟଣାରେ ୨ ଯୁବକଙ୍କୁ ଗିରଫ କଲା ବନବିଭାଗ । ବିଜେପୁର ଅଞ୍ଚଳରୁ ୨ ଯୁବକଙ୍କୁ ଗିରଫ କରାଯାଇଛି । ବନ୍ୟପ୍ରାଣୀ ଆଇନ୍ ଆଧାରରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ବରଗଡ ଡିଏଫଓ ବିକ୍ରମଦେବ ପଟ୍ଟନାୟକ ସୂଚନା ଦେଇଛନ୍ତି ।

turtle s

ସୂଚନାଯୋଗ୍ୟ ବାହୁଡ଼ା ଦିନ କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ରିଲ୍ସ କରିଥିଲେ ୨ ଯୁବକ । ରିଲ୍ସ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ଭିଡିଓରେ ଏକ ଛୋଟ କଇଁଛକୁ ଧରି ତା ପିଠିରେ ଶ୍ରୀଜଗନ୍ନାଥଙ୍କ ଫଟୋ ଆଙ୍କିଥିଲେ ୨ ଯୁବକ । ଏହା ପରେ ତାକୁ ସେହି ଅବସ୍ଥାରେ ପାଣିରେ ଛାଡି ଦେଇଥିଲେ ଏବଂ ଏହି ଦୃଶ୍ୟର ରିଲ୍ସ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ତେବେ ବନ୍ୟପ୍ରାଣୀ ଆଇନ୍ ଆଧାରରେ ଗିରଫ କରି ସମ୍ପୃକ୍ତ ୨ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+