ଦାବି ପୂରଣ କଲେ ମୁଖ୍ୟମନ୍ତ୍ରୀ: ପାଇକମାଳାରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ । ବରଗଡ଼ ଜିଲ୍ଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ କେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି ।

paikamela health center
ଭୁବନେଶ୍ୱର: ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ବରଗଡ଼ ଜିଲ୍ଲା ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଆଜି ସ୍ଥାନୀୟ ଜନସାଧାରଣଙ୍କର ଅନେକ ଦିନର ଦାବି ପୂରଣ ହୋଇଛି । ଗତ ଉପ ନିର୍ବାଚନ ସମୟରେ ପାଇକମାଳା ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବି କରିଥିଲେ ।

ମୁଖ୍ୟମନ୍ତ୍ରୀ ଆଜି ନିଜ ପ୍ରତିଶ୍ରୁତି ରଖିଛନ୍ତି । ବରଗଡ଼ ଜିଲ୍ଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ କେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି । ସେହିପରି ଆବଶ୍ୟକ ପଦକ୍ଷପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଆହୁରି ଅଧିକ ଉନ୍ନତି ହେବା ସହିତ ଜନସାଧାରଣଙ୍କୁ ଅଧିକ ଉନ୍ନତ ମାନ ସ୍ୱାସ୍ଥ୍ୟ ସେବା ମିଳିପାରିବ । ଏହା ଦ୍ୱାରା ନିଯୁକ୍ତି ସୂଯୋଗ ମଧ୍ୟ ସୃଷ୍ଟି ହୋଇପାରିବ । ଅଧିକ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ ହେବେ । ପାଇକମାଳାର ଜନସାଧାରଣ ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଉନ୍ନୀତ ପାଇଁ ଦୀର୍ଘ ଦିନ ହେବ ଏହି ଦାବି କରିଆସୁଥିଲେ । ସେମାନଙ୍କ ଦାବିକୁ ଏବେ ମୁଖ୍ୟମନ୍ତ୍ରୀ ପୂରା କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+