For Quick Alerts
Turn On Notification  
For Daily Alerts
Oneindia App Download

ବିଧାନସଭାରେ ପାଇକ ବିଦ୍ରୋହ ସଂକଳ୍ପ ପାରିତ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ବିଧାନସଭାରେ ସଂକଳ୍ପ ଆଣିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। କେନ୍ଦ୍ର ସରକାରଙ୍କ ନିକଟକୁ ଏହି ସଂକଳ୍ପ ପଠାଯିବ । କେନ୍ଦ୍ର ସରକାରଙ୍କ ଆଗ୍ରାହ୍ୟ ପରେ ପୁନର୍ବାର ର

|

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ବିଧାନସଭାରେ ସଂକଳ୍ପ ଆଣିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। କେନ୍ଦ୍ର ସରକାରଙ୍କ ନିକଟକୁ ଏହି ସଂକଳ୍ପ ପଠାଯିବ । କେନ୍ଦ୍ର ସରକାରଙ୍କ ଆଗ୍ରାହ୍ୟ ପରେ ପୁନର୍ବାର ରାଜ୍ୟ ଆଣିଲା ସଂକଳ୍ପ ।

Paika Bidroha

ପାରିତ ହୋଇଥିବା ସଂକଳ୍ପ ଅନୁସାରେ, ୧୮୧୭ରୁ ୧୮୨୫ ମଧ୍ୟରେ ସଂଗଠିତ ଏହି ପାଇକ ବିଦ୍ରୋହରେ ବହୁ ସମ୍ଭ୍ାନ୍ତ ଜମିଦାର, ଦଳେଇ, ଦଳବେହେରାଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗ ସାମିଲ ହୋଇ ଇଂରେଜ ସରକାରର ସ୍ଥିତିକୁ ଦୋହଲାଇ ଦେଇଥିଲେ । ଏହି ଗଣ ବିପ୍ଲବରେ କେତେ ଯେ ଫାଶୀ, କେତେ ଦ୍ୱିପାନ୍ତର ଆଉ କେତେ ଜଣଙ୍କୁ ସଶ୍ରମ କାରାଦଣ୍ଡ ଦିଆଗଲା ତାର ହିସାବ ନାହିଁ ।

ସେପଟେ ବିଧାନସଭା ଅପରାହ୍ନ ଅଧିବେଶନରେ ପୁଣି ବାଜିଲା ଘଣ୍ଟ । ଉଭୟ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ବାଚସ୍ପତି ବିଧାନସଭାର ସୁପରିଚାଳନା ନିମନ୍ତେ ସର୍ବଦଳୀୟ ବୈଠକ ଡାକିଥିବା ବେଳେ ୩୦ମିନିଟ ପାଇଁ ଗୃହ ମୁଲତବୀ ଘୋଷଣା କରାଯାଇଥିଲା । ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଫଳରେ ବାଚସ୍ପତି ଆସନ୍ତାକାଲି ୧୦.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଏହାପୂର୍ବରୁ ମଧ୍ୟ ଆଜି ସକାଳେ ଗୃହ ଆରମ୍ଭରୁ ହିଁ ଉଭୟ ବିରୋଧୀ-ଶାସକ ଦଳ ଗୃହର ମଧ୍ୟଭାଗକୁ ଆସି ପରସ୍ପର ବିରୋଧରେ ନାରାବାଜି କରିଥିଲେ । ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ହଙ୍ଗାମା କରିଥିଲେ । ବିଜେପି ବିଧାୟକମାନେ ମଧ୍ୟ ଗୃହ ମଧ୍ୟକୁ ଆସି ଘଣ୍ଟା ବାଡେଇ ପ୍ରତିବାଦ କରିଥିଲେ । ସେହିପରି ଶାସକ ଦଳର ସଦସ୍ୟମାନେ ମଧ୍ୟ ଗୃହରେ ଗଙ୍ଗା ଜଳ ପକାଇଥିଲେ । ବିରୋଧୀଙ୍କୁ ସଦବୁଦ୍ଧି ମିଳୁ କହି ଗଙ୍ଗା ଜଳ ଛିଞ୍ଚିଥିବା କହିଥିଲେ ବିଜେଡି ସଦସ୍ୟ । ବିରୋଧୀ ଓ ଶାସକ ଦଳର ପ୍ରତିବାଦ ଯୋଗୁ ୬ ଦିନ ହେବ ଗୃହରେ ଅଚଳାବସ୍ଥା ଲାଗି ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
‘Paika Bidroha’ As First War Of Independence: Odisha Assembly passed a Resolution
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X