ବିଧାନସଭାରେ ପାଇକ ବିଦ୍ରୋହ ସଂକଳ୍ପ ପାରିତ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ବିଧାନସଭାରେ ସଂକଳ୍ପ ଆଣିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। କେନ୍ଦ୍ର ସରକାରଙ୍କ ନିକଟକୁ ଏହି ସଂକଳ୍ପ ପଠାଯିବ । କେନ୍ଦ୍ର ସରକାରଙ୍କ ଆଗ୍ରାହ୍ୟ ପରେ ପୁନର୍ବାର ର
ଭୁବନେଶ୍ୱର: ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ବିଧାନସଭାରେ ସଂକଳ୍ପ ଆଣିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। କେନ୍ଦ୍ର ସରକାରଙ୍କ ନିକଟକୁ ଏହି ସଂକଳ୍ପ ପଠାଯିବ । କେନ୍ଦ୍ର ସରକାରଙ୍କ ଆଗ୍ରାହ୍ୟ ପରେ ପୁନର୍ବାର ରାଜ୍ୟ ଆଣିଲା ସଂକଳ୍ପ ।

ପାରିତ ହୋଇଥିବା ସଂକଳ୍ପ ଅନୁସାରେ, ୧୮୧୭ରୁ ୧୮୨୫ ମଧ୍ୟରେ ସଂଗଠିତ ଏହି ପାଇକ ବିଦ୍ରୋହରେ ବହୁ ସମ୍ଭ୍ାନ୍ତ ଜମିଦାର, ଦଳେଇ, ଦଳବେହେରାଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗ ସାମିଲ ହୋଇ ଇଂରେଜ ସରକାରର ସ୍ଥିତିକୁ ଦୋହଲାଇ ଦେଇଥିଲେ । ଏହି ଗଣ ବିପ୍ଲବରେ କେତେ ଯେ ଫାଶୀ, କେତେ ଦ୍ୱିପାନ୍ତର ଆଉ କେତେ ଜଣଙ୍କୁ ସଶ୍ରମ କାରାଦଣ୍ଡ ଦିଆଗଲା ତାର ହିସାବ ନାହିଁ ।
ସେପଟେ ବିଧାନସଭା ଅପରାହ୍ନ ଅଧିବେଶନରେ ପୁଣି ବାଜିଲା ଘଣ୍ଟ । ଉଭୟ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ବାଚସ୍ପତି ବିଧାନସଭାର ସୁପରିଚାଳନା ନିମନ୍ତେ ସର୍ବଦଳୀୟ ବୈଠକ ଡାକିଥିବା ବେଳେ ୩୦ମିନିଟ ପାଇଁ ଗୃହ ମୁଲତବୀ ଘୋଷଣା କରାଯାଇଥିଲା । ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଫଳରେ ବାଚସ୍ପତି ଆସନ୍ତାକାଲି ୧୦.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ଏହାପୂର୍ବରୁ ମଧ୍ୟ ଆଜି ସକାଳେ ଗୃହ ଆରମ୍ଭରୁ ହିଁ ଉଭୟ ବିରୋଧୀ-ଶାସକ ଦଳ ଗୃହର ମଧ୍ୟଭାଗକୁ ଆସି ପରସ୍ପର ବିରୋଧରେ ନାରାବାଜି କରିଥିଲେ । ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ହଙ୍ଗାମା କରିଥିଲେ । ବିଜେପି ବିଧାୟକମାନେ ମଧ୍ୟ ଗୃହ ମଧ୍ୟକୁ ଆସି ଘଣ୍ଟା ବାଡେଇ ପ୍ରତିବାଦ କରିଥିଲେ । ସେହିପରି ଶାସକ ଦଳର ସଦସ୍ୟମାନେ ମଧ୍ୟ ଗୃହରେ ଗଙ୍ଗା ଜଳ ପକାଇଥିଲେ । ବିରୋଧୀଙ୍କୁ ସଦବୁଦ୍ଧି ମିଳୁ କହି ଗଙ୍ଗା ଜଳ ଛିଞ୍ଚିଥିବା କହିଥିଲେ ବିଜେଡି ସଦସ୍ୟ । ବିରୋଧୀ ଓ ଶାସକ ଦଳର ପ୍ରତିବାଦ ଯୋଗୁ ୬ ଦିନ ହେବ ଗୃହରେ ଅଚଳାବସ୍ଥା ଲାଗି ରହିଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications