ଜନ୍ମମାଟିରେ ପ୍ରଶାନ୍ତଙ୍କ ମରଶରୀର: ଗାଁରେ ଶୋକାକୂଳ ପରିବେଶ, ଶେଷ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ପହଲଗାମ ଆତଙ୍କବାଦ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ମରଶରୀର ଜନ୍ମ ମାଟି ଅର୍ଥାତ୍ ବାଲେଶ୍ୱରରେ ପହଞ୍ଚିଛି । ସଦର ବ୍ଲକ ଇଶାଣୀ ଗାଁରେ ମୃତଦେହ ପହଞ୍ଚିବା ପରେ ପୁରା ଗାଁରେ ଶୋକର ଲହରି ଖେଳିଯାଇଛି । ନୂଆଦିଲ୍ଲୀରୁ ବିମାନରେ ଆସିବା ପରେ ଭୁବନେଶ୍ୱରରୁ ଆମ୍ବୁଲାନ୍ସ ଯୋଗେ ଉଶାଣୀ ଗାଁରେ ପହଞ୍ଚିଥିଲା ମରଶରୀର ।

ସୂଚନାଥାଉ ଯେ, ପ୍ରଶାନ୍ତ ଶତପଥୀ ବାଲେଶ୍ୱର ସିପେଟ୍ରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୯ ତାରିଖରେ ସ୍ତ୍ରୀ ପ୍ରିୟଦର୍ଶିନୀ ଓ ୮ ବର୍ଷୀୟ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବା ପାଇଁ ଯାଇଥିଲେ। ସେଠାରେ ପହଲଗାମ୍ର ବୈସାରନ ଭ୍ୟାଲିରେ ରହିଥିଲେ। ମଙ୍ଗଳବାର ସେଠାରେ ପୁଅ ଓ ସ୍ତ୍ରୀଙ୍କ ସହିତ ପ୍ରଶାନ୍ତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ପୁଅ ଓ ସ୍ତ୍ରୀଙ୍କ ସାମ୍ନାରେ ପ୍ରଶାନ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଉକ୍ତ ସ୍ଥାନରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।












Click it and Unblock the Notifications