ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: କଟକରେ NIA ଟିମ୍
Pahalgam Terror Attack Incident: ପହଲଗାମ ଆକ୍ରମଣ ପରେ ଦେଶର ସୁରକ୍ଷା ବ୍ୟବସ୍ଥା କଡ଼ା କଡି କରାଯାଇଛି । ଏହି ଆକ୍ରମଣରେ ସମୟରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ NIA ଟିମ୍ ପଚରାଉଚରା କରୁଛି । ଆଜି କଟକରେ ପହଞ୍ଚିଛି ଏନଆଇଏ ଟିମ୍ । ଆତଙ୍କବାଦୀ ଆକ୍ରମଣରୁ ସୁରକ୍ଷିତ ଭାବେ ଫେରିଥିବା କଟକବାସୀନ୍ଦା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚୁରା କରିଛି ଟିମ୍ ।

କଟକ ଦେଉଳ ସାହିର ବାସିନ୍ଦା ରଞ୍ଚିତ ଭୋଳ ନିଜ ପରିବାର ସହ ପୁଅ ବୋହୂଙ୍କ ବିବାହ ବାର୍ଷିକୀ ପାଳନ କରିବା ପାଇଁ ଜମ୍ମୁ-କଶ୍ମୀର ଯାଇଥିଲେ । ଯେତେବେଳେ ସେ ପହଲଗାମ ବୁଲିଥିଲେ ହଠାତ୍ ଆତଙ୍କବାଦୀ ଆକ୍ରମଣ କରି ଦେଇଥିଲେ । ଆତଙ୍କବାଦୀଙ୍କୁ ପାଖରେ ଦେଖି ଭୟରେ ତାଙ୍କ ବଡ଼ ପୁଅ ଆଲ୍ଲା ହୁ ଆକ୍ବର କହିବା ଆରମ୍ଭ କରି ଥିଲେ ଯାହା ଶୁଣି ଆତଙ୍କବାଦୀ ମାନେ ତାଙ୍କର ପାଖରୁ ପଳାଯାଇଥିଲେ ଏବଂ ତାଙ୍କ ପରିବାର ଜୀବନ ବଞ୍ଚି ଯାଇଥିଲା । ତେବେ NIA ଟିମ୍ ଆଜି କଟକ ପହଞ୍ଚି ରଞ୍ଚିତ ଭୋଳଙ୍କୁ ପଚରାଉଚରା କରିବା ଆରମ୍ଭ କିରିଛି












Click it and Unblock the Notifications