ପହଲଗାମ ଆତଙ୍କୀ ଆକ୍ରମଣ: ପ୍ରଶାନ୍ତ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
Pahalgam Terror Attack: ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱର ଇଶାଣୀ ଗାଁର ପ୍ରଶାନ୍ତ ଶତପଥୀଙ୍କ ପାର୍ଥିବ ଶରୀର ଆଜି ତାଙ୍କ ଗାଁରେ ପହଞ୍ଚିଛି । ଯାହା ପରେ ପୁରା ଗାଁରେ ଶୋକର ଲହରୀ ଖେଳିଯାଇଛି । ପ୍ରଶାନ୍ତଙ୍କ ଶେଷ ଦର୍ଶନ କରିବା ପାଇଁ ବାଲେଶ୍ୱରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶେଷ ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ନିଜେ ଭାବବିହ୍ୱଳ ହୋଇପଡିଥିବାର ଦେଖିବା ପାଇଁ ମିଳିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ କିଛି ଦଳୀୟ ନେତା ମଧ୍ୟ ଉପସ୍ଥିତ ଥିଲେ ।

ଆତଙ୍କବାଦ ଆକ୍ରମଣର କଡ଼ା ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାନ୍ତଙ୍କ ପତ୍ନୀଙ୍କ ପାଇଁ ସରକାରୀ ଚାକିରିର ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।












Click it and Unblock the Notifications