ଆଜିଠୁ ହେଲା ମହଙ୍ଗା ! ଏଣିକି ପାହାଳରେ ଆଉ ମିଳିବ ନାହିଁ ୫ ଟଙ୍କିଆ ମିଠା
ଭୁବନେଶ୍ୱର:ଆଜିଠୁ ମହଙ୍ଗା ହେଲା ପାହାଳ ରସଗୋଲା ସମେତ ଅନ୍ୟାନ୍ୟ ମିଠା । ଏଣିକି ପାହଳରେ ଆଉ ମିଳିବନି ୫ ଟଙ୍କିଆ ମିଠା । ପାଞ୍ଚ ବଦଳରେ ଏଥର ଦେବା ପାଇଁ ପଡିବ ୬ ଟଙ୍କା । କ୍ଷୀର ଓ ଛେନା ଦର ବଢିବାରୁ ପାହାଳ ମିଠା ବ୍ୟବସାୟୀ ସଂଘ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ପ୍ରଥମେ ଛେନା ଦର ବୃଦ୍ଧିକୁ ପାହାଳ ମିଠା ଦୋକାନୀ ବିରୋଧ କରିଥିଲେ । ସେଥିପାଇଁ ଗତ ତିନି ଦିନ ଧରି ଦୋକାନ ବନ୍ଦ ରହିବା ପରେ ଆଜି ଦୋକାନ ଖୋଲାଯିବାର ନିଷ୍ପତ୍ତି ନିଆଯାଇଥିଲା । ଏହା ସହିତ ଆଜିଠୁ ନୂଆ ଦର ଲାଗୁ କରାଯିବାର ନିଷ୍ପତ୍ତି ମଧ୍ୟ ସଂଘ ପକ୍ଷରୁ ନିଆଯାଇଛି ।

ସୂଚନା ଅନୁସାରେ, ଆଗାମୀ ଦିନରେ ୫ ଟଙ୍କିଆରେ ମିଳୁଥିବା ରସଗୋଲା ମିଠା ୬ ଟଙ୍କାରେ ବିକ୍ରି ହେବ । ସେହିପରି ୧୦ ଟଙ୍କିଆ ମିଠା ୧୨ ଟଙ୍କା, ୨୦ ଟଙ୍କିଆ ରସଗୋଲା ୨୫ ଟଙ୍କାରେ ବିକ୍ରି ହେବ । ଅନ୍ୟପଟେ ଛେନାଗଜା କିଲୋ ପିଛା ୨ ଶହ ଟଙ୍କା ବଦଳରେ ୨୨୦ ଏବଂ ଛେନାପୋଡ ୨୫୦ ପରିବର୍ତ୍ତେ ୨୮୦ ଟଙ୍କାରେ ବିକ୍ରି ହେବା ନେଇଁ ପାହଳ ମିଠା ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications