ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ

ଭୁବନେଶ୍ୱର: ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଆଜି ଲୋକ ସେବା ଭବନକୁ ଆସି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗତକାଲି ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କଠାରୁ ନୂଆଦିଲ୍ଲୀରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ। ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରି ନାହାନ୍ତି ।

Purnamasi Jani

ଜନଜାତି ମହିଳାମାନଙ୍କ ପରି ସରଳ ଓ ନିରାଡ଼ମ୍ବର ଜୀବନଶୈଳୀ ଆଦରି ନେଇଥିବା ପୂର୍ଣ୍ଣମାସୀ ଗତ ୪୦ ବର୍ଷରୁ ଅଧିକ ସମୟ ଧରି ଆଧ୍ୟାତ୍ମିକ ବାଣୀ ପ୍ରଚାର କରି ଆସୁଛନ୍ତି । ଜିଜ୍ଞାସୁମାନଙ୍କ ଆଧ୍ୟାତ୍ମିକ ପ୍ରସଙ୍ଗ ସମ୍ବଳିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ବେଳେ ସେ ଭଜନ ଓ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥାନ୍ତି । କୁଇ ଭାଷାରେ ସେ ହଜାର ହଜାର ଭଜନ ଓ ଆଧ୍ୟାତ୍ମିକ ବାଣୀ ପରିବେଷଣ କରି ଆସୁଛନ୍ତି । ଆଧ୍ୟାତ୍ମିକ କ୍ଷେତ୍ରରେ ତାଙ୍କର ବହୁ ଅନୁଗାମୀ ମଧ୍ୟ ରହିଛନ୍ତି । ପୂର୍ଣମାସୀ ଯାନୀଙ୍କୁ ପଦ୍ମଶ୍ରୀ ମିଳିବା ପରେ ଓଡିଶା ତଥା ଓଡିଶା ବାହାରେ ରହୁଥିବା ତାଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+