କାଲି ପଡିବ ପଦ୍ମପୁର ଭୋଟ୍: ଆଜି ଅନ୍ଧାରୀ ବିଜେ !, ରାତି ଅଧିଆ ଭୋଟ କିଣା ଉପରେ କଡ଼ା ନଜର

ରାତି ପାହିଲେ ପଦ୍ମପୁର ଉପନିର୍ବାଚନ । ଶୀତୁଆ ସକାଳରୁ ଭୋଟ୍ ଦେବେ ପଦ୍ମପୁରବାସୀ । କାଲି ସକାଳ ୭ଟାରୁ ସଂଧ୍ୟା ୪ଟା ଯାଏଁ ହେବ ମତଦାନ । ଏନେଇ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ପୋଲିଂ ପାର୍ଟିଂ ବୁଥରେ ପହଞ୍ଚି ମତଦାନର ରିହର୍ସଲ୍ କରିଛନ୍ତି ।

ପଦ୍ମପୁର: ରାତି ପାହିଲେ ପଦ୍ମପୁର ଉପନିର୍ବାଚନ । ଶୀତୁଆ ସକାଳରୁ ଭୋଟ୍ ଦେବେ ପଦ୍ମପୁରବାସୀ । କାଲି ସକାଳ ୭ଟାରୁ ସଂଧ୍ୟା ୪ଟା ଯାଏଁ ହେବ ମତଦାନ । ଏନେଇ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ପୋଲିଂ ପାର୍ଟିଂ ବୁଥରେ ପହଞ୍ଚି ମତଦାନର ରିହର୍ସଲ୍ କରିଛନ୍ତି ।

Padmapur Voting

ସେପଟେ ଆଜି ରାତିରେ ହୋଇପାରେ ଅନ୍ଧାରି ବିଜେ । ରାତି ଅଧିଆ ଭୋଟ କିଣା ଉପରେ ରହିଛି ନଜର । ଆଜି ଦିନ ତମାମ୍ ଟଙ୍କା ବଣ୍ଟାର ପରସ୍ପର ଉପରେ ଅଭିଯୋଗ ଲଦିଛନ୍ତି ଉଭୟ ବିଜେଡ଼ି ଓ ବିଜେପି । ବିଜେପି ପାଇଁ ମିଡିଆ କର୍ମୀମାନେ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଥିଲା ବିଜେଡ଼ି । ସେହିପରି ବିଜେଡି଼ କର୍ମୀମାନେ ମଧ୍ୟ ଗାଁ ଗାଁ ବୁଲି ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି ବିଜେପି । ଏହି ସବୁ ମଧ୍ୟରେ ଆଜି ରାତି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ବୁଥ୍ ବାହାରେ ମଧ୍ୟ ପଇଁତରା ମାରୁଛନ୍ତି ବିଭିନ୍ନ ଦଳର କୁଜି ନେତା ଓ କର୍ମୀ। ଗୋଟାଏ ଆଶଙ୍କା ରାତାରାତି ଇଭିଏମ୍‌ରେ କିଛି ଓଲଟପାଲଟ ହୋଇପାରେ।

ସେପଟେ ପଦ୍ମପୁର ନିର୍ବାଚନମଣ୍ଡଳୀ ଛତିଶଗଡ଼ ସୀମାକୁ ଲାଗି ରହିଥିବାରୁ ସୀମା ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ଓଡ଼ିଶା ସୀମାକୁ ପ୍ରବେଶ କରୁଥିବା ପ୍ରତିଟି ଗାଡ଼ି ଉପରେ ନଜର ରଖାଯାଇଛି । ଆଜି ସାରାରାତି ସୁରକ୍ଷାକର୍ମୀ ସୀମାନ୍ତରେ ପହରାଦେବାର କାର୍ଯ୍ୟକ୍ରମ ଥିବା ବେଳେ ସନ୍ଦେହ ସୃଷ୍ଟି କରୁଥିବା ଗାଡ଼ି ଗୁଡ଼ିକୁ ଯାଞ୍ଚ କରାଯାଉଛି ।

ପଦ୍ମପୁର ଭୋଟିଂ ପାଇଁ ୧୨୭୬ ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି । ସାଇଲେନ୍ସ ପିରିୟଡରେ ଚେକିଂ କଡ଼ାକଡି କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭୋଟିଂ ଲାଗି ମୋଟ ୩୧୯ଟି ବୁଥ୍ କରାଯାଇଛି । ୬ଟି ପିଙ୍କ୍ ବୁଥ୍ ହୋଇଥିବା ବେଳେ ୧୫ଟି ମଡେଲ୍ ବୁଥ୍ ହୋଇଛି । ୭୪ଟି ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି । ସେହିପରି ୭୮ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଭୋଟ୍ ଗ୍ରହଣ ପାଇଁ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୫୦ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ।

ଆସନ୍ତାକାଲି ୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର ମତ ସାବ୍ୟସ୍ତ କରିବେ । ୧୨ଟି କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ହେଲପ ଡେସ୍କରୁ ସାହାଯ୍ୟ ନେଇପାରିବେ । ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଦିନ ସଂପୃକ୍ତ ଅଞ୍ଚଳ ପାଇଁ ସରକାରୀ ଛୁଟି ଘୋଷଣା ହୋଇସାରିଛି ।

ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି ।

ସୂଚନାଯୋଗ୍ୟ, ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି । ଆସନ୍ତାକାଲି ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ଫଳାଫଳ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+