ପଦ୍ମପୁର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ପଦ୍ମପୁର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ପଦ୍ମପୁର ଉପନିର୍ବାଚନ: ନେତା ବାଛୁଛନ୍ତି ପଦ୍ମପୁରବାସୀ । ସକାଳ ୭ ଟାରୁ ୩୧୯ଟି ବୁଥରେ ମତଦାନ ଚାଲିଛି । ଲାଇନରେ ଠିଆ ହୋଇ ଭୋଟ ଦେଲେ ବର୍ଷା ସିଂ ବରିହା । ଭୋଟ୍ ଦେବା ପୂର୍ବରୁ ବାପା ତଥା ଦିବଂଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଫଟୋ ସାମ୍ନାରେ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ । ୨୧୩ ନମ୍ବର ବୁଥରେ ମତଦାନ କରିଛନ୍ତି । ମହିଳା ଭୋଟରଙ୍କ ସହ ଧାଡ଼ିରେ ଠିଆ ହୋଇଥିଲେ ବର୍ଷା ।

Padmapur Voting

ସେହିପରି ପଦ୍ମପୁରରେ ୯ ଟା ସୁଦ୍ଧା ୮.୫% ମତଦାନ ହୋଇଛି । ତେବେ ପଦ୍ମପୁର ରାଜବୋଡ଼ା ସମ୍ବର ଗାଁର ୨୦୯ ବୁଥରେ ଇଭିଏମ୍ ଅଚଳ ହୋଇଥିଲା । ୮ ଖଣ୍ତ ଭୋଟ୍ ପଡ଼ିବା ପରେ EVMରେ ଯାନ୍ତ୍ରିକ ତ୍ରୁଟି ଦେଖିବା ପାଇଁ ମିଳିଥିଲା । ଯେଉଁଥି ପାଇଁ କିଛି ସମୟ ପାଇଁ ମତଦାନରେ ବାଧାପ୍ରାପ୍ତ ହୋଇଥିଲା । ସେହିପରି ୧୨୮ ନମ୍ବର ବୁଥ୍ ଇଭିଏମ ମଧ୍ୟ ଅଚଳ ହୋଇଥିଲା ।

ସୂଚନା ଅନୁସାରେ, ୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର ମତ ସାବ୍ୟସ୍ତ କରିବେ । ୧୨ଟି କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ହେଲପ ଡେସ୍କରୁ ସାହାଯ୍ୟ ନେଇପାରିବେ । ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଦିନ ସଂପୃକ୍ତ ଅଞ୍ଚଳ ପାଇଁ ସରକାରୀ ଛୁଟି ଘୋଷଣା ହୋଇସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+