ପଦ୍ମପୁର ଉପନିର୍ବାଚନ: ଜାରି ରହିଛି ଭୋଟିଂ, ଦିନ ୩ଟା ସୁଦ୍ଧା ୬୫.୨୮% ମତଦାନ

ଦିନ ୩ଟା ସୁଦ୍ଧା ୬୫.୨୮% ମତଦାନ ନେଇ ସୂଚନା ମିଳିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟିଂ । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବା ପାଇଁ ଲୋକଙ୍କ ମଧ୍ୟ ଉତ୍ସାହ ଦେଖିବା ପାଇଁ ମିଳୁଛି ।

ପଦ୍ମପୁର: ଭୋଟ୍ ଦେଉଛନ୍ତି ପଦ୍ମପୁରବାସୀ । ଦିନ ୩ଟା ସୁଦ୍ଧା ୬୫.୨୮% ମତଦାନ ନେଇ ସୂଚନା ମିଳିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟିଂ । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବା ପାଇଁ ଲୋକଙ୍କ ମଧ୍ୟ ଉତ୍ସାହ ଦେଖିବା ପାଇଁ ମିଳୁଛି ।

Padmapur By Election

ତେବେ କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପ୍ରକ୍ରିୟା । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ସନ ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଚାରଟି ବ୍ୟାଲେଟ ୟୁନିଟ୍, ତିନୋଟି କଂଟ୍ରୋଲ ୟୁନିଟ, ଆଠଟି ଭିଭିପାଟ ବଦଳ କରାଯାଇଛି । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ ଭୋଟ୍ ଗ୍ରହଣ ପ୍ରକ୍ରିୟା । ଅଧିକରୁ ଅଧିକ ମତଦାନ କରିବାକୁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି । ୩୧୯ ବୁଥରେ ଚାଲିଛି ମତଦାନ, ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ଲୋକେ । ୬ଟି ପିଙ୍କ୍ ବୁଥ୍ ହୋଇଥିବା ବେଳେ ୧୫ଟି ମଡେଲ୍ ବୁଥ୍ ହୋଇଛି । ୭୪ଟି ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି । ସେହିପରି ୭୮ଟି ସମ୍ବେଦନଶୀଳ ବୁଥ ରହିଛି । ମତଦାନ ପାଇଁ ସମସ୍ତ ପୁଲିଂ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପଦ୍ମପୁର ଭୋଟିଂ ପାଇଁ ୧୨୭୬ ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି । ଭୋଟ୍ ଗ୍ରହଣ ପାଇଁ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

କହିରଖୁ କି, ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି । ଆଜି ଭୋଟିଂ ଚାଲିଥିବା ବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ଫଳାଫଳ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+