ପଦ୍ମପୁର ଫଳ: ପଞ୍ଚମ ରାଉଣ୍ଡ ପରେ ବି ପଛରେ ପଡି଼ଲା ବିଜେପି

ପଦ୍ମପୁର ଫାଇଟ୍ ରେ ପଛରେ ପଡି଼ଲା ବିଜେପି । ସଦ୍ୟତମ ଗଣତି ହୋଇଥିବା ୫ଟି ଯାକ ରାଉଣ୍ଡରେ ବିଜେଡି ଆଗରେ ରହିଛି ।

ପଦ୍ମପୁର: ପଦ୍ମପୁର ଫାଇଟ୍ ରେ ପଛରେ ପଡି଼ଲା ବିଜେପି । ସଦ୍ୟତମ ଗଣତି ହୋଇଥିବା ୫ଟି ଯାକ ରାଉଣ୍ଡରେ ବିଜେଡି ଆଗରେ ରହିଛି । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୭୧୨ ଭୋଟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୧୯୦୭, ୩ୟ ରାଉଣ୍ଡରେ ୨୧୪୭, ୪ର୍ଥ ରାଉଣ୍ଡରେ ୨୪୧୨ ଏବଂ ୫ମ ରାଉଣ୍ଡରେ ୨୦୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ । ତେବେ ୫ ରାଉଣ୍ଡ ସୁଦ୍ଧା ବିଜେଡି ମୋଟ ୨୬୧୯୮ଖଣ୍ଡ ଭୋଟରେ ଆଗୁଆ ଥିବା ବେଳେ ବିଜେପି ୧୭୮୧୬ ଖଣ୍ଡ ଏବଂ କଂଗ୍ରେସ ୮୪୫ ଖଣ୍ଡ ଭୋଟ ପାଇଛନ୍ତି ।

Padmapur Result

ତେବେ ଆଜି ସକାଳ ୮ରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଥିଲା । ସେହିଭଳି ସକାଳା ୮ଟା ୩୦ରେ ଆରମ୍ଭ ହୋଇଥିଲା ଇଭିଏମର ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ଜାରି ରହିଛି । ସନ୍ଧ୍ୟା ସୁଦ୍ଧା ଜନଦେଶ କାହା ସପକ୍ଷରେ ଯାଇଛି ସ୍ପଷ୍ଟ ହୋଇଯିବ । ବିଜେଡି ହାତରେ ପଦ୍ମପୁର ରହିବ ନା ପଦ୍ମପୁରରେ ପଦ୍ମ ଫୁଟିବ, ତାହା ଗଣତି ଶେଷରେ ଜଣା ପଡିବ ।

Padmapur Result

ତେବେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ଆଶା କରାଯାଉଥିଲା । ମାତ୍ର ଅଦ୍ୟାବଧି ଗଣତି ହୋଇଥିବା ସମସ୍ତ ରାଉଣ୍ଡରେ ଶାସକ ବିଜେଡ଼ି ହିଁ ଆଗରେ ରହିଛି । ବିଜେଡି ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛି । ସେହିପରି ବିଜେପି ମଧ୍ୟ ନିଜ ବିଜୟ ସୁନିଶ୍ଚିତ ବୋଲି ଦାବି କରୁଛି । ଧାମନଗର ଉପନିର୍ବାଚନରସଫଳତାକୁ ପଦ୍ମପୁରରେ ଦୋହରାଇବ ବୋଲି ବିଜେପି କହିଛି । ତେଣୁ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ପଦ୍ମପୁରବାସୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+