ପଦ୍ମପୁର ଉପନିର୍ବାଚନ: ଆଜି ହେବ ପ୍ରାର୍ଥୀଙ୍କର ନାମାଙ୍କନ ଯାଞ୍ଚ

ପଦ୍ମପୁର ଉପନିର୍ବାଚନ: ଆଜି ହେବ ପ୍ରାର୍ଥୀଙ୍କର ନାମାଙ୍କନ ଯାଞ୍ଚ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ଆଜି ହେବ ପ୍ରାର୍ଥୀଙ୍କ ନାମାଙ୍କନ ଯାଞ୍ଚ । ପ୍ରଥମ ୭ ଦିନରେ ଜଣେ ହେଲେ ବି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବା ବେଳେ ଗତକାଲି ଶେଷ ଦିନରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ସମେତ ୧୩ ଜଣ ପ୍ରାର୍ଥୀ ନାମାଙ୍କର ଦାଖଲ କରିଥିଲେ ।

Padmapur bypoll
ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥପା ପ୍ରାର୍ଥୀପତ୍ର ଦାଖଲ କରିବା ପରେ ହିଁ ଅନ୍ୟ ରାଜନୀତି ଦଳ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସାଥିରେ ଥିଲେ ବିଜେଡି ନେତ୍ରୀ ସ୍ନେହାଙ୍ଗୀନ ଛୁରିଆ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ସମର୍ଥକ । ନାମାଙ୍କନ ପୂର୍ବରୁ ବୁଢ଼ା ରାଜାଙ୍କ ଆର୍ଶୀବାଦ ନେଇ ବିନା କୌଣସି ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଁଞ୍ଚି ଥିଲେ ସେହିପରି ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଭରିଥିଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ । ସାଥିରେ ଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ଉପସ୍ଥିତିରେ ସେ ନାମାଙ୍କନ ଭରିଛନ୍ତି ।

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଶେଷ ଦିନରେ ନାମାଙ୍କନ ଦାଖଲ କରିଥିଲେ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରଦୀପ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ଦାଖଲ କରିଥିଲେ । ଆଜି ୧୧ ଟା ବେଳେ ପ୍ରାର୍ଥୀ ମାନଙ୍କର ନାମାଙ୍କନ ଯାଞ୍ଚ କରାଯିବ । ୨୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଆସନ୍ତା ୫ ତାରିଖରେ ନିର୍ବାଚନ ଏବଂ ୮ ତାରିଖରେ ହେବ ଫଳାଫଳ ଘୋଷଣା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+