ଆଜି ପଦ୍ମପୁରରେ ବିଜେଡିର ପାୱର ଶୋ', ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ
ଆଜି ପଦ୍ମପୁରରେ ବିଜେଡିର ପାୱର ଶୋ', ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପଦ୍ମପୁର: ପଦ୍ମପୁରରେ ଆଜି ପାୱର ଶୋ' କରିବ ବିଜେଡି । ପ୍ରଚାର କରିବେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ତିନିଟି ସମାବେଶ କରିବେ ବିଜେଡ଼ି ସୁପ୍ରିମୋ । ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରିବାର ରହିଛି କାର୍ଯ୍ୟକ୍ରମ । ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ଭୋଟ୍ ଅପିଲ୍ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ବିପୁଳ ଜନ ସମାଗମ ହେବାର ସମ୍ଭାବନା ରହିଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସଭାସ୍ଥଳରେ କାରକେଡ, ସଭାମଞ୍ଚ ଏବଂ ଭିଆଇପିଙ୍କ ସୁରକ୍ଷା ସହିତ ଜନସାଧାରଣଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ସେବା ପାଇଁ ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁସାରେ, ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ଏଆରକ୍ରାଫ୍ଟ ଦ୍ୱାରା ୧୧ଟାରେ ପଦ୍ମପୁରର ସତୀଭଟା ଏୟାର୍ଷ୍ଟ୍ରିପ୍ରେ ପହଁଚିବେ । ଏହାପରେ ସେଠାରୁ ହେଲିକପ୍ଟର ଯୋଗେ ପ୍ରଥମେ ଝାରବନ୍ଧ ବ୍ଲକର ଶକ୍ତିଛକରେ ନିର୍ମିତ ହେଲିପ୍ୟାଡ୍ରେ ୧୧.୨୫ରେ ଅବତରଣ କରି ସଭାସ୍ଥଳରେ ପହଞ୍ଚିବେ । ଦିନ ୧୨ଟା ୩୦ରେ ପାଇକମାଳ ହାଇସ୍କୁଲ ପଡିଆରେ ଆୟୋଜିତ ହୋଇଥିଲା ସାଧାରଣ ସଭାରେ ପ୍ରଚାର କରିବେ । ଅପରାହ୍ନ ୩ଟା ୩୦ରେ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ୪ଟା ୨୫ରେ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ଫେରି ୫ଟା ୨୦ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ନେଇ ସୂଚନା ରହିଛି ।












Click it and Unblock the Notifications