ପଦ୍ମପୁର ଉପନିର୍ବାଚନ: ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ପଦ୍ମପୁର ଉପନିର୍ବାଚନ: ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ପଦ୍ମପୁର: ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ । ମାହୋଲ ଏବେ ସରଗରମ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନେତାମାନେ ପଦ୍ମପୁରରେ ଡେରା ପକାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ତେବେ ଆସନ୍ତା କାଲି ଅର୍ଥାତ୍ ୨ ତାରିଖରେ ବିଜେଡ଼ି ପାଇଁ ପ୍ରଚାର କରିବେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨ ତାରିଖରେ ପଦ୍ମପୁର ଉପନିର୍ବାଚନର ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନିଟି ସମାବେଶ କରିବେ ବିଜେଡ଼ି ସୁପ୍ରିମୋ । ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ କରିବେ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ଭୋଟ୍ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଏନେଇ ବିଧାୟକ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

 Naveen Patnaik

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ଶୁକ୍ରବାର ସକାଳ ୧୦ଟାରୁ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ଏଆରକ୍ରାଫ୍ଟ ଦ୍ୱାରା ୧୧ଟାରେ ପଦ୍ମପୁରର ସତୀଭଟା ଏୟାର୍‌ଷ୍ଟ୍ରିପ୍‌ରେ ପହଁଚିବେ । ଏହାପରେ ସେଠାରୁ ହେଲିକପ୍ଟର ଯୋଗେ ପ୍ରଥମେ ଝାରବନ୍ଧ ବ୍ଲକର ଶକ୍ତିଛକରେ ନିର୍ମିତ ହେଲିପ୍ୟାଡ୍‌ରେ ୧୧.୨୫ରେ ଅବତରଣ କରି ସଭାସ୍ଥଳରେ ପହଞ୍ଚିବେ । ଦିନ ୧୨ଟା ୧୦ରେ ଶକ୍ତି ଛକରୁ ବାହାରି ପାଇକମାଳ ଏମଇ ସ୍କୁଲ ପଡିଆରେ ଓହ୍ଲାଇ
ହାଇସ୍କୁଲ ଗ୍ରାଉଣ୍ତରେ ଆୟୋଜିତ ହୋଇଥିଲା ସାଧାରଣ ସଭାରେ ପ୍ରଚାର କରିବେ ।

ଏହାପରେ ଅପରାହ୍ନ ୧ଟା ୧୫ ମିନିଟରେ ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ତରୁ ବାହାରି ୧ଟା ୩୦ରେ ଆରଏଲ୍ କଲ୍ୟାଣ ମଣ୍ତପ କ୍ୟାମ୍ପସରେ ହେଲିପ୍ୟାଡରେ ଅବତରଣ କରି କଲ୍ୟାଣମଣ୍ତପକୁ ଯିବେ । ଏହାପରେ ୩ଟା ୧୫ରେ ବାଇ ରୋଡ୍ ଯାଇ ୩ଟା ୩୦ରେ ପଦମପୁର ହାଇସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ସାଧାରଣ ସଭାକୁ ଉଦବୋଧନ ଦେବେ । ୪ଟା ୨୫ରେ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ଫେରି ୫ଟା ୨୦ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+