କାଲି ପଦ୍ମପୁର ଫଳ: ୧୪ ଟେବୁଲ ଓ ୨୩ ରାଉଣ୍ଡ ହେବ ଗଣତି

ଆସନ୍ତାକାଲି ପଦ୍ମପୁର ଫଳାଫଳ । ଗଣତି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ୨୩ ରାଉଣ୍ଡରେ ହେବ ପୂରା ଗଣତି ପ୍ରକ୍ରିୟା ।

ପଦ୍ମପୁର: ଆସନ୍ତାକାଲି ପଦ୍ମପୁର ଫଳାଫଳ । ଗଣତି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ୨୩ ରାଉଣ୍ଡରେ ହେବ ପୂରା ଗଣତି ପ୍ରକ୍ରିୟା । ସକାଳ ୮ରୁ ଆରମ୍ଭ ହେବ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ସେହିଭଳି ସକାଳା ୮ଟା ୩୦ରେ ଆରମ୍ଭ ହେବ ଇଭିଏମର ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ ।

Padmapur Bypoll Result

ସକାଳା ୮ଟା ରୁ ଲଗାତର ଭାବେ ଇଭିଏମ କାଉଣ୍ଟିଂ କରାଯିବ । ମୋଟ୍ ୩୧୯ ବୁଥ ପାଇଁ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ଏହାସହ ରିଟର୍ଣ୍ଣିଂ ଅଫିସରଙ୍କ ଗୋଟିଏ ଟେବୁଲ ରହିବ । ୫ଟି ବୁଥର ହେବ ଭିଭିପାଟ୍ ଗଣତି । ଗଣତି କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ତରଫରୁ ଜେନେରାଲ ଅବଜରଭର ନିଯୁକ୍ତ ଅଛନ୍ତି । ସମସ୍ତ ଗଣତି ପ୍ରକ୍ରିୟାକୁ ସେ ତଦାରଖ କରିବେ । ସେହିପରି ଦୁଇଜଣ ଟେକନିକାଲ ଅବଜରଭର ଅଛନ୍ତି । ଇଭିଏମରେ କୌଣସି ତ୍ରୁଟି ହେଲେ ସଙ୍ଗେସଙ୍ଗେ ବ୍ୟବସ୍ଥା କରିବେ ।

ଗଣମାଧ୍ୟମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପାସ୍ ପାଇଥିବା ପ୍ରତିନିଧି ଛୋଟ ଛୋଟ ଗ୍ରୁପରେ ଯିବେ । ଇଭିଏମ ପାଖକୁ ଯାଇ ଇଭିଏମର ଭିଡିଓ ଉତୋଳନ କରିପାରିବେ ନାହିଁ । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିବା ବେଳେ ଫଳାଫଳକୁ ନେଇ ନେତାଙ୍କ ଛାତି ଧଡପଡ ହେଉଛି । ସେପଟେ ତ୍ରିସ୍ତରୀୟ କଡା ସୁରକ୍ଷା ବଳୟରେ ରହିଛି ଷ୍ଟ୍ରଙ୍ଗରୁମ । ପଦ୍ମପୁର ଆରଏମସି ମାର୍କେଟ ସ୍ଥିତ ଷ୍ଟ୍ରଙ୍ଗରୁମର ସୁରକ୍ଷା ଦାୟିତ୍ୱରେ ସିଆରପିଏଫ, ବିଏସଏଫ ଯବାନ ଓଡିଶା ପୋଲିସ ନିୟୋଜିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+