ପଦ୍ମପୁର ଫଳାଫଳ: ବର୍ଷା ବହୁତ୍ ଆଗରେ, ପ୍ରଦୀପ କେତେ ପଛରେ...
ଆମ ହାତରେ ଲାଗିଥିବା ଶେଷ ଅପଡେଟ୍ ଅନୁସାରେ ୧୨ତମ ରାଉଣ୍ଡ ଶେଷ ସୁଦ୍ଧା ୨୧ ହାଜର ୯୧୯ ଭୋଟରେ ବିଜେଡି ଆଗୁଆ ଚାଲୁଛି । କେବଳ ୧୨ ତମ ରାଉଣ୍ଡରେ ୫୬୮ ଭୋଟରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗରେ ରହିଛନ୍ତି ।
ପଦ୍ମପୁର: ଆଉ କେଇଟା ସମୟ ଅପେକ୍ଷା । ଶେଷ ପର୍ଯ୍ୟାୟ ଆଡକୁ ମୁହାଇଁଲାଣି ପଦ୍ମପୁର ଉପନିର୍ବାଚନ ଭୋଟ୍ ଗଣତି । କିଛି ସମୟ ପରେ ଆସିବ ଯିବ ପଦ୍ମପୁର ରେଜଲ୍ଟ । ସଦ୍ୟତମ ଟ୍ରେଣ୍ଡ ସୁଦ୍ଧା ଆଗେଇ ଚାଲିଛି ବିଜେଡି । ତେବେ କେବଳ ଯେ ଆଗୁଆ ନୁହେଁ , ବିପକ୍ଷ ବିଜେପିଠାରୁ ଭୋଟ୍ ବ୍ୟବାଧାନ ମଧ୍ୟ ଧିରେ ଧିରେ ବହୁତ୍ ଅଧିକା ହେବାରେ ଲାଗିଛି ।

ଆମ ହାତରେ ଲାଗିଥିବା ଶେଷ ଅପଡେଟ୍ ଅନୁସାରେ ୧୨ତମ ରାଉଣ୍ଡ ଶେଷ ସୁଦ୍ଧା ୨୧ ହାଜର ୯୧୯ ଭୋଟରେ ବିଜେଡି ଆଗୁଆ ଚାଲୁଛି । କେବଳ ୧୨ ତମ ରାଉଣ୍ଡରେ ୫୬୮ ଭୋଟରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗରେ ରହିଛନ୍ତି । ତେବେ ୧୨ ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମୋଟ୍ ୬୪୦୭୯ ଖଣ୍ଡ ଭୋଟ୍ , ବିଜେପି ୪୨୧୬୦ ଓ କଂଗ୍ରେସ ୨୧୯୭ ଭୋଟ୍ ପାଇଛି । ମୋଟ ୨୧୯୧୯ ଭୋଟରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ରହିଛନ୍ତି ।

କହିରଖୁ କି, ଆଜି ସକାଳ ୮ରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଥିଲା । ସେହିଭଳି ସକାଳା ୮ଟା ୩୦ରେ ଆରମ୍ଭ ହୋଇଥିଲା ଇଭିଏମର ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ଜାରି ରହିଛି । ସନ୍ଧ୍ୟା ସୁଦ୍ଧା ଜନଦେଶ କାହା ସପକ୍ଷରେ ଯାଇଛି ସ୍ପଷ୍ଟ ହୋଇଯିବ । ବିଜେଡି ହାତରେ ପଦ୍ମପୁର ରହିବ ନା ପଦ୍ମପୁରରେ ପଦ୍ମ ଫୁଟିବ, ତାହା ଗଣତି ଶେଷରେ ଜଣା ପଡିବ ।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ୍ ୮୧.୨୯% ଭୋଟର୍ ମତଦାନ ହୋଇଥିଲା । ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ । ତେବେ ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି ।












Click it and Unblock the Notifications