ସବୁ ରାଉଣ୍ଡରେ ବିଜେଡି ଆଗରେ: ବିଜୟୀ ଅଭିମୁଖେ ବର୍ଷା
ପ୍ରଥମରୁ ୨୦ତମ ରାଉଣ୍ଡ ପର୍ଯ୍ୟନ୍ତ ସବୁ ରାଉଣ୍ଡରେ ବିଜେଡି ତାର ଦବାଦବା ଦେଖାଇଛି । ଶଙ୍ଖର ଶକ୍ତି ଆଗରେ ଫିକା ପଡିଲା ପଦ୍ମର ପାୱାର ଆଉ ହାତ ଟେକି ଦେଲା କଂଗ୍ରେସ । ୨୦ତମ ରାଉଣ୍ଡ ଶେଷ ସୁଦ୍ଧା ୩୫୨୯୬ ଭୋଟରେ ଆଗୁଆ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।
ପଦ୍ମପୁର: ଶେଷ ପର୍ଯ୍ୟାୟ ଆଡ଼କୁ ମୁହାଇଁଲାଣି ପଦ୍ମପୁର ଉପନିର୍ବାଚନ ଭୋଟ୍ ଗଣତି । କିଛି ସମୟ ପରେ ଆସିବ ଯିବ ପଦ୍ମପୁର ରେଜଲ୍ଟ । ସଦ୍ୟତମ ଟ୍ରେଣ୍ଡ ସୁଦ୍ଧା ଆଗେଇ ଚାଲିଛି ବିଜେଡି ।

ପ୍ରଥମରୁ ୨୦ତମ ରାଉଣ୍ଡ ପର୍ଯ୍ୟନ୍ତ ସବୁ ରାଉଣ୍ଡରେ ବିଜେଡି ତାର ଦବାଦବା ଦେଖାଇଛି । ଶଙ୍ଖର ଶକ୍ତି ଆଗରେ ଫିକା ପଡିଲା ପଦ୍ମର ପାୱାର ଆଉ ହାତ ଟେକି ଦେଲା କଂଗ୍ରେସ । ୨୦ତମ ରାଉଣ୍ଡ ଶେଷ ସୁଦ୍ଧା ୩୫୨୯୬ ଭୋଟରେ ଆଗୁଆ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୨୦ତମ ରାଉଣ୍ଡରେ ୧୭୦୦ ଭୋଟରେ ଆଗୁଆ ବିଜେଡି ।
ଦେଖନ୍ତୁ, କେଉଁ ରାଉଣ୍ଡରେ ବିଜେଡି କେତେ ଭୋଟରେ ଆଗୁଆ ରହିଥିଲା -
- ପ୍ରଥମ ରାଉଣ୍ଡ-୧୭୧୨
ଦ୍ୱିତୀୟ ରାଉଣ୍ଡ- ୧୯୦୭
ତୃତୀୟ ରାଉଣ୍ଡ- ୨୧୪୭
ଚତୁର୍ଥ ରାଉଣ୍ଡ - ୨୪୧୨
ପଞ୍ଚମ ରାଉଣ୍ଡ - ୨୦୯
ଷଷ୍ଠ ରାଉଣ୍ଡ - ୨୩୨୨
ସପ୍ତମ ରାଉଣ୍ଡ - ୧୮୪୪
ଅଷ୍ଟମ ରାଉଣ୍ଡ - ୨୯୯୩
ନବମ ରାଉଣ୍ଡ - ୧୯୦୪
ଦଶମ ରାଉଣ୍ଡ - ୧୯୮୦
୧୧ତମ ରାଉଣ୍ଡ - ୧୯୨୬
୧୨ ତମ ରାଉଣ୍ଡ - ୫୬୮
୧୩ ତମ ରାଉଣ୍ଡ - ୨୧୩୯
୧୪ ତମ ରାଉଣ୍ଡ - ୨୨୯୪
୧୫ ତମ ରାଉଣ୍ଡ - ୧୧୮୧
୧୬ ତମ ରାଉଣ୍ଡ - ୧୯୮୫
୧୭ ତମ ରାଉଣ୍ଡ - ୫୪୧
୧୮ତମ ରାଉଣ୍ଡ - ୨୫୦୮
୧୯ ତମ ରାଉଣ୍ଡ - ୧୦୨୯
୨୦ତମ ରାଉଣ୍ଡ - ୧୭୦୦
କହିରଖୁ କି, ଆଜି ସକାଳ ୮ରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଥିଲା । ସେହିଭଳି ସକାଳା ୮ଟା ୩୦ରେ ଆରମ୍ଭ ହୋଇଥିଲା ଇଭିଏମର ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ଜାରି ରହିଛି ।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ୍ ୮୧.୨୯% ଭୋଟର୍ ମତଦାନ ହୋଇଥିଲା । ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ । ତେବେ ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି ।












Click it and Unblock the Notifications