ଆସିଲା ୧୮ ରାଉଣ୍ଡ ଟ୍ରେଣ୍ଡ: ବହୁ ଆଗରେ ବିଜେଡି
୧୮ ତମ ରାଉଣ୍ଡ ଶେଷ ସୁଦ୍ଧା ୩୨୫୬୭ ଭୋଟରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । କେବଳ ୧୮ତମ ରାଉଣ୍ଡରେ ୨୫୦୮ ଭୋଟରେ ଆଗୁଆ ବିଜେଡି ।
ପଦ୍ମପୁର: ଶେଷ ପର୍ଯ୍ୟାୟ ଆଡ଼କୁ ମୁହାଇଁଲାଣି ପଦ୍ମପୁର ଉପନିର୍ବାଚନ ଭୋଟ୍ ଗଣତି । କିଛି ସମୟ ପରେ ଆସିବ ଯିବ ପଦ୍ମପୁର ରେଜଲ୍ଟ । ସଦ୍ୟତମ ଟ୍ରେଣ୍ଡ ସୁଦ୍ଧା ଆଗେଇ ଚାଲିଛି ବିଜେଡି । ତେବେ କେବଳ ଯେ ଆଗୁଆ ନୁହେଁ , ବିପକ୍ଷ ବିଜେପିଠାରୁ ଭୋଟ୍ ବ୍ୟବାଧାନ ମଧ୍ୟ ଧିରେ ଧିରେ ବହୁତ୍ ଅଧିକା ହେବାରେ ଲାଗିଛି ।

୧୮ ତମ ରାଉଣ୍ଡ ଶେଷ ସୁଦ୍ଧା ୩୨୫୬୭ ଭୋଟରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । କେବଳ ୧୮ତମ ରାଉଣ୍ଡରେ ୨୫୦୮ ଭୋଟରେ ଆଗୁଆ ବିଜେଡି । ସେହିପରି ୧୭ତମ ରାଉଣ୍ଡ ଶେଷ ସୁଦ୍ଧା ୩୦୦୫୯ ଭୋଟରେ ଆଗୁଆ ଥିଲୋ ବିଜେଡି । ୧୮ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ୯୪୪୨୩, ବିଜେପି ୬୧୯୮୫, କଂଗ୍ରେସକୁ ୨୯୨୫ ଖଣ୍ଡ ମିଳିଛି ।
କହିରଖୁ କି, ଆଜି ସକାଳ ୮ରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଥିଲା । ସେହିଭଳି ସକାଳା ୮ଟା ୩୦ରେ ଆରମ୍ଭ ହୋଇଥିଲା ଇଭିଏମର ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ଜାରି ରହିଛି ।












Click it and Unblock the Notifications